Home ଓଡ଼ିଶା ଯୋଡା – କାଗଜପତ୍ର ନଥିବା ତେଲ ଟ୍ୟାଙ୍କରକୁ ଜୋରିମାନା

ଯୋଡା – କାଗଜପତ୍ର ନଥିବା ତେଲ ଟ୍ୟାଙ୍କରକୁ ଜୋରିମାନା

75

ଯୋଡା, ୧୨/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ଦିନ ନାଗାଲାଣ୍ଡର ଏକ ଟ୍ରକ ନମ୍ବର ଏନ୍‌.ଏଲ୍‌.-୦୩ଏଏ-୨୨୫୮ ତେଲ ଟ୍ୟାଙ୍କରକୁ ବଡବିଲ ଏ.ଏମ୍‌.ଭି.ଆଇ. ଜବତ କରି ଜୋରିମାନା କରିଥିବା ଜଣାପଡିଛି । ଜୋରିମାନା ଅନାଦାୟ ହେତୁ ଟ୍ରକଟିକୁ ଯୋଡା ଥାନାକୁ ହସ୍ତାନ୍ତର କରାଯାଇଛି । ଏହି ବାହାର ରାଜ୍ୟର ଟ୍ୟାଙ୍କରଟିରେ କୌଣସି କାଗଜପତ୍ର ନଥିବା ବେଳେ ଦୀର୍ଘ ଦିନ ଧରି ଏହି ଟ୍ୟାଙ୍କରଟି ରିଲାଇନ୍ସ ତେଲ ଟାଙ୍କିକୁ କିପରି ତେଲ ପରିବହନ କରୁଥିଲା ତାହା ସମସ୍ତଙ୍କୁ ଚକିତ କରିଛି । ଏହି ତେଲ ଟ୍ୟାଙ୍କରଟି ନାଗାଲାଣ୍ଡର କେହି ମୁକେଶ ସାହାଙ୍କ ନାମରେ ଥିବା ବେଳେ ଯୋଡା ସହରରେ ଥିବା ରିଲାଇନ୍ସ ତେଲ ଟାଙ୍କିକୁ ତେଲ ନେଇ ଆସି ଅନଲୋଡ କରି ଫେରୁଥିବା ସମୟରେ ବଡବିଲ ଏ.ଆଇ.ଟି.ଓ. ଙ୍କ ହାବୁଡରେ ପଡିଥିଲା । ତେବେ ଏହି ଟ୍ୟାଙ୍କରଟିକୁ ୯୬ ହଜାର ଟଙ୍କା ଜୋରିମାନା କରାଯାଇଥିବା ଏହି ଟ୍ୟାଙ୍କରର ଡ୍ରାଇଭର ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.