Home ଓଡ଼ିଶା ଜଙ୍ଗଲ ଅଧିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳୁ ନଥିବାରୁ ଅସନ୍ତୋଷ

ଜଙ୍ଗଲ ଅଧିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳୁ ନଥିବାରୁ ଅସନ୍ତୋଷ

51

ନୟାଗଡ/୧୨/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବନାଞ୍ଚାଳ ରେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଓ ପଟିଆ ଗ୍ରାମପଞ୍ଚାୟତ ର କିଛି ଗ୍ରାମ ଲୋକେ ରିଜର୍ଭ ଜଙ୍ଗଲ ଭିତରେ ବାପା, ଜେଜେବାପା ଅମଳ ରୁ ରହିଆସୁଛନ୍ତି । ସରକାର ପୋଡୁଚାଷ ବନ୍ଦ କରିବା ପାଇଁ ପଦକ୍ଷେପ ନେଲେ । ପାରମ୍ପରିକ ଜଙ୍ଗଲ ଅଧିବାସୀ ମାନେ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଆନ୍ଦୋଳନ କଲେ  । ସାଧାରଣତଃ ପାରମ୍ପରିକ  ଜଙ୍ଗଲ ଅଧିବାସୀ ମାନେ ଗୋଟିଏ ସ୍ଥାନରେ ପୋଡୁ ଚାଷ କରି ତିନି ଚାରି ବର୍ଷ ପରେ ସ୍ଥାନ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଜଙ୍ଗଲ ବାରମ୍ବାର ନଷ୍ଟ ହୋଇଥାଏ  ।

ସରକାର ପୋଡୁ ଚାଷ ବନ୍ଦ ଓ ଜଙ୍ଗଲ ର ସୁରକ୍ଷା ପାଇଁ ଜଙ୍ଗଲ ଜମି ଅଧିକାର ଆଇନ୍ ଆଣିଲେ । ଜଙ୍ଗଲ ରେ ଅଧିବାସ କରୁଥିବା ପାରମ୍ପରିକ ଅଧିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ  ।  ଫଳରେ ପୋଡୁ ଚାଷ ବନ୍ଦ ହୋଇଗଲା  । ହେଲେ ପୋଡୁ ଚାଷ ପାଇଁ ବନ ବିଭାଗ ତରଫରୁ ମାମଲାରେ ପଡି ଜେଲ୍ ଯାଇଥିବା ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳ ର ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତର ବଡ ବେତୁଲି   ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ଜେନା, କେଦାର ଜେନା, ନବୀନ ଜେନା , ରଙ୍କନାଥ ଜେନା, ବ୍ରଜବନ୍ଧୁ ଜେନା, ମଧୂସୁଦନ ଜେନା ଓ ଜାମୁଗଣ୍ଡ ଗ୍ରାମର ରାଉଳ ନାୟକ ଙ୍କ ଠାରୁ ଆରମ୍ଭ କରି ଶତାଧିକ ପାରମ୍ପରିକ ଜଙ୍ଗଲ ଅଧିବାସୀ ଏ ଯାଏଁ ଜଙ୍ଗଲ ଜମି ପଟ୍ଟା ପାଇପାରି ନାହାନ୍ତି । ଏହା ବ୍ୟତିତ ସ୍ୱଳ୍ପ ସଂଖ୍ୟକ ଜଙ୍ଗଲ ରେ ରହୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଅଛି  । ଜଙ୍ଗଲ ରେ ରହୁଥିବା ପାରମ୍ପରିକ ଓଡିଆ କନ୍ଧ ଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇନାହିଁ  । ଯାହାଫଳରେ  ବିଭିନ୍ନ ସାମାଜିକ ଅନୁଷ୍ଟାନ ଗୁଡିକ ସଚେତନତାର ବାର୍ତ୍ତା ବହନ କରି ରଣପୁର ବନ୍ଧମୁଣ୍ଡା ଓ ପଟିଆ ଗ୍ରାମପଞ୍ଚାୟତରେ ଜଙ୍ଗଲ ଜମି ଅଧିକାର କରି ରହୁଥିବା ଓଡିଆ କନ୍ଧ ମାନଙ୍କୁ ଏକ୍‌ଜୁଟ୍ କରିବାରେ ଲାଗିଥିବା ଖବର ମିଳୁଛି । ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବଡବେତୁଲି ର ପୁର୍ଣ୍ଣ ଚନ୍ଦ୍ର ଜେନା ଓ ଜାମୁଗଣ୍ଡ ଗ୍ରାମର ରାଉଳ ନାୟକ ଙ୍କ ଠାରୁ ସୂଚନା ମିଳିଛି  ।  ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ପାରମ୍ପରିକ ଜଙ୍ଗଲ ଅଧିବାସୀ ଓଡିଆ କନ୍ଧମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.