Home ଓଡ଼ିଶା ଯୋଡା କରୋନା ଚିକିତ୍ସା କେନ୍ଦ୍ରରେ ଆଉ ନାହିଁ ଭେଣ୍ଟିଲେଟର

ଯୋଡା କରୋନା ଚିକିତ୍ସା କେନ୍ଦ୍ରରେ ଆଉ ନାହିଁ ଭେଣ୍ଟିଲେଟର

31

ଯୋଡା, ୧୯ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯୋଡା ପୌରପାଳିକାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଏକ ୪୨ ସଜ୍ୟା ବିଶିଷ୍ଟ କରୋନା ଯତ୍ନ କେନ୍ଦ୍ର ଖୋଲାଯାଇଥିବା ବେଳେ ଟାଟା ଡାକ୍ତରଖାନା ଠାରେ ଏକ ସ୍ୱତନ୍ତ୍ର ଭାବେ ୫୦ ସଜ୍ୟା ବିଶିଷ୍ଟ କରୋନା ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ତେବେ ଏହି ଚିକିତ୍ସାକେନ୍ଦ୍ରରେ ୫ଟି ସ୍ୱତନ୍ତ୍ର କୋଠରୀ (ଭେଣ୍ଟିଲେଟର)ର ବ୍ୟବସ୍ଥା ରହିଥିବା ବେଳେ ଏବେ ଏହି ଚିକିତ୍ସା କେନ୍ଦ୍ରଟିରେ ୪୬ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲୁଥିବା ବେଳେ ସେଥିରୁ ୫ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ସ୍ୱତନ୍ତ୍ର ଯତ୍ନ କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି । ଫଳରେ ଏବେ ଏହି ଚିକିତ୍ସା କେନ୍ଦ୍ରଟିରେ ଆଉ ଭେଣ୍ଟିଟେଲରର ସୁବିଧା ନଥିବା ଜଣାପଡିଛି । ବହୁଦିନ ଧରି ଏହି ଭେଣ୍ଟିଲେଟରର ଥିବା କୋଠରୀ ପୂରଣ ହୋଇରହୁଥିବାରୁ ଏହାର ସୁବିଧା ନପାଇ ଦୈନିକ ୨ରୁ ୪ଜଣ ରୋଗୀଙ୍କର ମୃତ୍ୟୁ ଘଟୁଥିବା ସୂଚନା ରହିଛି । ତେବେ କଲ୍ୟାଣ ମଣ୍ଡପରେ ଥିବା ୪୨ ସଜ୍ୟା ବିଶିଷ୍ଟ ଏହି କରୋନା ଯତ୍ନ କେନ୍ଦ୍ରରେ ଅମ୍ଳଜାନର ବ୍ୟବସ୍ଥା ଥିଲେ ମଧ୍ୟ ଭେଣ୍ଟିଲେଟରର କୌଣସି ବ୍ୟବସ୍ଥା ନାହିଁ । ଏବେ ଏଥିରେ ୧୩ଜଣ କରୋନା ସଂକ୍ରମିତଙ୍କର ପ୍ରାଥମିକ ଚିକିତ୍ସା ଚାଲୁଥିବା ବେଳେ ସେମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହେଲେ ତାଙ୍କୁ ଟାଟା ଡାକ୍ତରଖାନାକୁ ପଠାଯାଉଛି । ଟାଟା ଡାକ୍ତରଖାନାରେ ଭେଣ୍ଟିଲେଟର କୋଠରୀ ପୂର୍ଣ୍ଣ ଥିବାରୁ ବାଧ୍ୟ ହୋଇ ସେମାନଙ୍କୁ ଜିଲା ମୁଖ୍ୟ କରୋନା ଚିକିତ୍ସାକେନ୍ଦ୍ରକୁ ପଠାଇଦିଆଯାଉଛି । କେନ୍ଦୁଝରସ୍ଥିତ ରାଙ୍କୀ ଚିକିତ୍ସାକେନ୍ଦ୍ରରେ ଅବ୍ୟବସ୍ଥା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ସୁରକ୍ଷିତ ନମଣି ଲୋକେ ବାଧ୍ୟ ହୋଇ ଜିଲ୍ଲା ବାହାରରେ ଥିବା ଘରୋଇ ଚିକିତ୍ସାକେନ୍ଦ୍ରକୁ ପରିଜନମାନେ ନେଇଯାଉଥିବା ଦେଖିବାକୁ ମିଳୁଛି । ତେବେ ଯୋଡା ସହରରେ କରୋନା ସଂକ୍ରମଣ ଏବେ ଉଦ୍‌ବେଗ ଜନକ ପରିସ୍ଥିତିରେ ପହଞ୍ଚିଥିବା ବେଳେ ପ୍ରଶାସନ ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ସାଧାରଣରେ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.