Home ଓଡ଼ିଶା ଯୋଡା : ସ୍ୱର୍ଗଦ୍ୱାରରେ ଖେଳ ପଡିଆ ଓ ପାର୍କ ନିର୍ମାଣ, ଶବ ପୋତିବାକୁ ନାହିଁ ସ୍ଥାନ

ଯୋଡା : ସ୍ୱର୍ଗଦ୍ୱାରରେ ଖେଳ ପଡିଆ ଓ ପାର୍କ ନିର୍ମାଣ, ଶବ ପୋତିବାକୁ ନାହିଁ ସ୍ଥାନ

103

ଯୋଡା, ୧୯ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ଏବେ ଶବ ସଂସ୍କାର କରିବା ଏକ ସମସ୍ୟା ଭାବେ ଦେଖାଦେଇଛି । କେତେକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ଶବ ଦାହ ପରିବର୍ତ୍ତେ ସେମାନଙ୍କ ସଂସ୍କୃତି ଅନୁଯାୟୀ ଶବ ପୋତିବାକୁ ଚାହିଁଥାନ୍ତି । ଶଶ୍ମାନରେ ଶବ ପୋତିବାକୁ ସ୍ଥାନ ଅଭାବ ଯୋଗୁଁ ମୃତକଙ୍କ ପରିଜନ ମଧ୍ୟରେ ଏହା ଏକ ଅସନ୍ତୋଷର କାରଣ ପାଲଟିଛି । ଯୋଡା ପୌରାଞ୍ଚଳର ଶାସ୍ତ୍ରୀନଗରଠାରେ ପୌରପାଳିକ ପକ୍ଷରୁ ସୁନା ନଦୀ କୂଳରେ ଶବ ସଂସ୍କାର ପାଇଁ ଏକ ଶଶ୍ମାନ ଚିହ୍ନଟ କରାଯାଇ ଏହାକୁ ସ୍ୱର୍ଗଦ୍ୱାର ନାମରେ ନାମିତ କରାଯାଇଛି । ତେବେ ଏହି ସ୍ୱର୍ଗଦ୍ୱାର ଜମି ଧିରେ ଧିରେ ସଙ୍କୋଚିତ ହେବାରେ ଲାଗିଛି । ସେଠାରେ କିଛି ସ୍ଥାନ ସଫା କରାଯାଇ ଏକ ଖେଳ ପଡିଆର ରୂପ ଦିଆଯାଇଛି । ଏଠାରେ ବିଭିନ୍ନ ସମୟରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ କରାଯାଉଥିବା ବେଳେ ବଳକା ଅଂଶକୁ ଏବେ ପୌରପାଳିକା ପକ୍ଷରୁ ଏକ ପାର୍କ ନିର୍ମାଣର କାର୍ଯ୍ୟ ଜୋରସୋରରେ ଚାଲିଛି । ଏହାର କିଛି ଅଂଶକୁ ବିଭିିନ୍ନ ମୋବାଇଲ ଟାୱାର ଲଗାଇବା ପାଇଁ ପୌରପାଳିକା ଭଡା ସୂତ୍ରରେ ଦେଇଥିବା ଜଣାପଡିଛି । ଫଳରେ ଏହି ଶଶ୍ମାନଟି ଧିରେ ଧିରେ ସଙ୍କୋଚିତ ହୋଇ ସ୍ୱର୍ଗଦ୍ୱାରର ମାନ୍ୟତା ହରାଇବାକୁ ବିସିଛି । ନିକଟରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା କେତେକ ବ୍ୟକ୍ତିଙ୍କୁ ସ୍ଥାନୀୟ ବାସିନ୍ଦାମାନେ ଏହି ଶଶ୍ମାନରେ ଶବ ଦାହ କରିବାକୁ ବିରୋଧ କରୁଥିବା ବେଳେ ପୌରପାଳିକା ପକ୍ଷରୁ ଆଉ ଏକ ଶଶ୍ମାନ ନିମନ୍ତେ ଜାଗା ଚିହ୍ନଟ କରାଯାଇଥିଲା । ତେବେ ସେଠାରେ ମଧ୍ୟ ସମାନ ରୂପରେ ପ୍ରଶାସନ ଜନସାଧାରଣଙ୍କ ବିରୋଧରେ ସମ୍ମୁଖିନ ହୋଇଥିଲା । ଏହି ସ୍ଥାନ ଅଭାବ ଯୋଗୁଁ ଟାଟା କମ୍ପାନୀ ଡାକ୍ତରଖାନାରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା କେତେକଙ୍କୁ ବାଧ୍ୟ ହୋଇ ଯୋଡା ଇଷ୍ଟସ୍ଥିତ ଏଫ୍‌ଏପି କଲୋନୀ ଭଳି ଜନବସତି ସ୍ଥାନରେ ପୋତିବାକୁ ପଡିଥିଲା । ଫଳରେ କଲୋନୀ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ୱର୍ଗଦ୍ୱାରକୁ ସମ୍ପୂର୍ଣ୍ଣ ଭାବେ ଶବ ସଂସ୍କାର ପାଇଁ ଉଦ୍ଧିଷ୍ଟ କଲେ ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.