Home ଓଡ଼ିଶା ଯୋଡା : ୭୦ ହଜାର ଲୋକ ସଂଖ୍ୟାରେ ୩୦ କରୋନା ପରୀକ୍ଷା କିଟ୍

ଯୋଡା : ୭୦ ହଜାର ଲୋକ ସଂଖ୍ୟାରେ ୩୦ କରୋନା ପରୀକ୍ଷା କିଟ୍

48

ଯୋଡା, ୧୯ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳର ଲୋକ ସଂଖ୍ୟା ୬୫ ହଜାରରୁ ଉର୍ଦ୍ଧ୍ୱ ଥିବା ବେଳେ ଏହାର ଭାସମାନ ଲୋକ ସଂଖ୍ୟାକୁ ହିସାବକୁ ନେଲେ ଏହାର ୭୦ରୁ ୭୫ ହଜାରରେ ପହଞ୍ଚିବ । ବାହାର ରାଜ୍ୟର ଲୋକେ ଯୋଡା ସହରକୁ ବିଭିନ୍ନ ଖଣି ସମ୍ବନ୍ଧୀୟ ବ୍ୟବସାୟ କରିବାକୁ ଆସୁଥିବା ବେଳେ ସେମାନଙ୍କ ଯୋଗୁଁ ଯୋଡା ସହରରେ କରୋନା ସଂକ୍ରମଣ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଏପରିକି ଦୈନିକ ୨ରୁ ୪ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟୁଛି । ସରକାରୀ ଖାତାରେ ସେମାନଙ୍କର ହିସାବ ନଥିଲେ ମଧ୍ୟ ଯୋଡା ଜନସାଧାରଣଙ୍କୁ ଏକଥା ବେସ୍ ମାଲୁମ ଅଛି । ଯୋଡା ପୌରାଞ୍ଚଳରେ କରୋନା ସଂକ୍ରମଣଙ୍କ ପରୀକ୍ଷା କରିବା ପାଇଁ ଯୋଡା ପୌରପାଳିକା କଲ୍ୟାଣ ମଣ୍ଡପରେ ଗୋଟିଏ ମାତ୍ର ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ବେଳେ ଦୈନିକ ସେଠାରେ ପ୍ରବଳ ଭିଡ ପରୀଲକ୍ଷିତ କରାଯାଉଛି । ୭୦ ହଜାର ଲୋକ ସଂଖ୍ୟାରେ ମାତ୍ର ୩୦ଟି କରୋନା ପରୀକ୍ଷା କିଟ୍ ଜିଲ୍ଲା ମୁଖ୍ୟାଳୟକୁ ଯୋଗାଇଦିଆଯାଉଥିବା ବେଳେ ଅଧିକାଂଶ ରୋଗୀ ଏହାର ସୁବିଧା ନପାଇ ନିରାଶ ହୋଇ ଫେରୁଥିବା ଦେଖିବାରୁ ମିଳିଛି । ଏହି କରୋନା ଯତ୍ନ କେନ୍ଦ୍ରରେ ଅବସ୍ଥାପିତ ଡାକ୍ତରଙ୍କ ବ୍ୟବହାର ମଧ୍ୟ ସନ୍ତୋଷଜନକ ନୁହେଁ । ପୂର୍ବରୁ ଶହେଟି ପରୀକ୍ଷା କିଟ୍ ଏଠାକୁ ପଠାଯାଉଥିବା ବେଳେ ସେଥିମଧ୍ୟରୁ ୪୦ରୁ ୫୦ଜଣ କରୋନା ସଂକ୍ରମିତ ଥିବାର ରେକର୍ଡ କରାଯାଉଥିଲା । ସଂକ୍ରମଣଙ୍କ ହାର କାଗଜପତ୍ରରେ କମାଇବା ପାଇଁ ଏହାର ପରୀକ୍ଷା ପରିମାଣକୁ ମଧ୍ୟ ପ୍ରଶାସନ କମାଇଦେଇଥିବା ଅଭିଯୋଗ ହେଉଛି । ଯେତେ ଅଧିକ ପରୀକ୍ଷା କରାଯିବ ସେତେ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇପାରିଲେ ଏହାକୁ ରୋକିବାରେ ପ୍ରଶାସନ ସଫଳ ହୋଇପାରିବ ବୋଲି କୁହାଯାଉଛି । ତେଣୁ ପର୍ଯ୍ୟାପ୍ତ ପରିମାଣରେ କରୋନା ସଂକ୍ରମଣ ପରୀକ୍ଷା କିଟ୍ ଯୋଗାଇଦେବାକୁ ଜନସାଧାରଣ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.