Home କେନ୍ଦୁଝର ୮ମାସ ପରେବି ହେଉନି ସରପଞ୍ଚ ପାଇଁ ଉପ ନିର୍ବାଚନ

୮ମାସ ପରେବି ହେଉନି ସରପଞ୍ଚ ପାଇଁ ଉପ ନିର୍ବାଚନ

95

ହାଟଡିହି- ୯ / ୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୁଲଣ ଓ ସୋସୋ ପଞ୍ଚାୟତରେ ସରପଞ୍ଚ ମାନଙ୍କୁ ବହିସ୍କାର କରାଯିବାର ୮ମାସ ବିତି ଯାଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ନାଏବ ସରପଞ୍ଚ ମାନଙ୍କୁ ସେହି ଦିନଠାରୁ ସରପଞ୍ଚର ଦାୟିତ୍ୱ ଦିଆଯାଇ କାର‌୍ୟ୍ୟ ତୁଲାଯାଉଥିବା ବେଳେ କଣାପାଇଁ ନିର୍ବାଚନ କରାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଭିଡ କଟକଣା ମଧ୍ୟରେ ଯଦି ବିଧାନସଭା ଉପ ନିର୍ବାଚନ ହୋଇପାରିଲା ତେବେ ପଞ୍ଚାୟତ ଉପ ନିର୍ବାଚନ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଦୁଇଟି ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ଉପନିର୍ବାଚନ କରିବାକୁ ଦାବି ହେଉଛି । ଏଠାରେ ସୁଚନାଯୋଗ୍ୟ ଯେ ଏହି ଦୁଇଟି ପଞ୍ଚାୟତରେ ଅର୍ଥ ତୋସାରପାତ ଅଭିଯୋଗରେ ଦୁଇ ପଞ୍ଚାୟତର ସରପଞ୍ଚ ମାନଙ୍କୁ ନିଲମ୍ବନ କରାଯିବା ସହ ବହିସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.