Home ଓଡ଼ିଶା ଯୋଡା : ଏଆଇଟିୟୁସି ପକ୍ଷରୁ ଦୈନିକ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା କାର୍ଯ୍ୟ କରିବାକୁ...

ଯୋଡା : ଏଆଇଟିୟୁସି ପକ୍ଷରୁ ଦୈନିକ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା କାର୍ଯ୍ୟ କରିବାକୁ ଦାବି

167

ଯୋଡା, ୧୨ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରାଜ୍ୟରେ ଶିଳ୍ପ ସଂସ୍ଥା ମାନଙ୍କର ଆବେଦନକୁ ବିଚାର କରି ଗତ ମାସ ୨୦ ତାରଖରୁ ରାଜ୍ୟ ସରକାର ଶିଳ୍ପ ଓ ବାଣିଜ୍ୟ କାର‌୍ୟ୍ୟକଳାପରେ ଶ୍ରମିକମାନଙ୍କ ନିମନ୍ତେ ଥିବା କେତେକ କଟକଣାକୁ କୋହଳ କରିଛନ୍ତି । ପୂର୍ବରୁ ଦୈନିକ ପ୍ରତ୍ୟେକ ଶ୍ରମିକ ୮ ଘଣ୍ଟାର କାମ ପାଇଁ ଅନୁମତି ଥିବା ବେଳେ ଏବେ ସରକାର ଏହାକୁ ୧୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଯାହାକୁ ଅଖିଳ ଭାରତୀୟ ଟ୍ରେଡ ୟୁନିଅନ କଂଗ୍ରେସ କେନ୍ଦୁଝର ଜିଲ୍ଲା ଶାଖା କଡା ବିରୋଧ କରିଛି । ଏ ନେଇ ଯୋଡା ବସ୍ ଷ୍ଟାଣ୍ଡ ଠାରେ ଥିବା ଗୋପବନ୍ଧୁଙ୍କ ମୂର୍ତ୍ତି ନିକଟରେ ଏହି ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋଭିଡ-୧୯କୁ ନଜରରେ ରଖି ସରକାର ଲକ୍ ଡାଉନ ଜାରି କରିଥିବା ବେଳେ ଏହାର ଆଳ ଦେଖାଇ ଶ୍ରମିକ ଆଇନରେ ପରିବର୍ତ୍ତନ କରିବା ସହ ଶ୍ରମିକ ଛଟେଇକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି । ଦୈନିକ ୧୨ ଘଣ୍ଟା ବଦଳରେ ପୂର୍ବବତଃ ଦୈନିକ ୮ ଘଣ୍ଟା କାର‌୍ୟ୍ୟ ଦିବସ ରଖିବା ପାଇଁ ସଂଘ ପକ୍ଷରୁ ଏଆଇଟିୟୁସିର ଜିଲ୍ଲା ଯୁଗ୍ମ ସମ୍ପାଦକ କପିଳ ମହାନ୍ତି ଦାବି କରିଛନ୍ତି । ଆଜିର ଏହିର ବିକ୍ଷୋଭ ପ୍ରଦର୍ଶନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରି ଅଳ୍ପ ସଂଖ୍ୟକ କର୍ମଯିବୀ ବିଭିନ୍ନ ସ୍ଲୋଗାନମାନ ଦେଇ ସରକାରଙ୍କର ମନମୁଖି କାର‌୍ୟ୍ୟକୁ ତୀବ୍ର ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.