Home ଓଡ଼ିଶା ରାଜୁସନାଖଳା କପ୍ ଫୁଟ୍‌ବଲ୍ ତୃତୀୟ ଦିନରେ……… ପପୁଲାର କ୍ଲବ୍ ଢେଙ୍କାନାଳ ସେମିଫାଇନାଲ୍ ରେ ପ୍ରବେଶ

ରାଜୁସନାଖଳା କପ୍ ଫୁଟ୍‌ବଲ୍ ତୃତୀୟ ଦିନରେ……… ପପୁଲାର କ୍ଲବ୍ ଢେଙ୍କାନାଳ ସେମିଫାଇନାଲ୍ ରେ ପ୍ରବେଶ

113

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୫/୦୨-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳାଠାରେ ଫ୍ରେଣ୍ଡସ୍ ସ୍ପୋର୍ଟସ୍ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା ରାଜସୁନାଖଳା କପ୍ ଫୁଟ୍‌ବଲ୍ ୨୦୨୦ ତୃତୀୟ ଦିନର ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ତୃତୀୟ ଦିନରେ ପପୁଲାର କ୍ଲବ୍ ଢେଙ୍କାନାଳ ଓ ପତାକା କ୍ଲବ୍ ଅନୁଗୁଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ପପୁଲାର କ୍ଲବ୍ ଢେଙ୍କାନାଳ ପତାକା କ୍ଲବ୍ ଅନୁଗୁଳକୁ ୪-୧ ଗୋଲ୍‌ରେ  ପରାସ୍ତ କରି ସେମିଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି । ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ସୁନୀଲ୍ ସୁନ୍ଦରାଙ୍କୁ ବିବେଚନା କରାଯାଇଥିଲା ।

ସମ୍ମାନିତ ଅତିଥି ଭାବେ ନୟାଗଡ ଅଟନମୋସ୍ କଲେଜର ପୁର୍ବତନ ଅଧ୍ୟକ୍ଷ ଦଧିବାମନ ସାହୁ, ଅଶି ଦଶକର ବରିଷ୍ଠ ଫୁଟ୍‌ବଲ୍ ଖେଳାଳୀ ବିଭୁତୀ ଷଡଙ୍ଗୀ, ଲୋକନାଥ ମିଶ୍ର, ରାଜୁସୁନାଖଳା କଲେଜର ଅଧ୍ୟାପକ ରବିନ୍ଦ୍ର ମହାପାତ୍ର, ଅଜିତ୍ ଖାନ୍  ଯୋଗ ଦେଇଥିଲେ । ଖେଳ ମୁଖ୍ୟ ପରିଚାଳକ ଭାବେ ରାଜୁ ମହାନ୍ତି କାର‌୍ୟ୍ୟ ପରିଚାଳନା କରିଥିବା ବେଳେ ଲାଇନ୍ ରେ ସହଯୋଗ କରିଥିଲେ ମିର୍ଜା ସିରାଉଦ୍ଦିନ୍ ବେଗ୍ ଓ ଲକ୍ଷ୍ମୀଧର ଚୌଧୁରୀ ଥିଲେ । ଫ୍ରେଣ୍ଡ୍‌୍‌ସ୍ ଉପଦେଷ୍ଟା ଇଂ.ଦେବାଶିଷ ପଟ୍ଟନାୟକ, ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ନାୟକ ଓ ଶଚ୍ଚିକାନ୍ତ ଷଡଙ୍ଗୀ ଖେଳକୁ ଶୃଙ୍ଖଳିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.