Home ଓଡ଼ିଶା ଖବର ପ୍ରସାର ପରେ ଖୋଲିଲା ଆଶ୍ରୟ ସ୍ଥଳ

ଖବର ପ୍ରସାର ପରେ ଖୋଲିଲା ଆଶ୍ରୟ ସ୍ଥଳ

248

ଯୋଡା,୩୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶୀତରେ ଥରୁଛି ଯୋଡା ସହର । ଚଳିତ ବର୍ଷର ଶୀତ ଯୋଡା ବାସୀଙ୍କର ଜାବନ ଯାତ୍ରୀରେ ବ୍ୟାପକ ବ୍ୟାଘାତ ସୃଷ୍ଟି କରିଛି । କୋହଲା ପାଗ ସାଙ୍ଗକୁ ପ୍ରବଳ ଥଣ୍ଡା ଯୋଗୁଁ ଦିନ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟା ପରେ ଲୋକେ ଘରୁ ବାହାରୁ ନାହାନ୍ତି । ଦିନ ମଜୁରିଆ କାମକୁ ଯାଇନପାରି ଘରେ ବସିରହୁଥିବା ଦେଖିବାକୁ ମିଳିଛି । ଗତ ଶନିବାର ଦିନ ପାରଦ ୩ ଡିଗ୍ରୀ ଖସିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଏପରିସ୍ଥିତିରେ ଯୋଡା ସହରରେ ବାସଗୃହ ନଥିବା ଅନେକ ବ୍ୟକ୍ତି ଫୁଟପାଥରେ ନିଆଁ ଜଳାଇ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳିଛି । ଏହି ଶୀତ ଲହରୀ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ପାଣିପାଗ କାର୍ଯ୍ୟାଳୟରୁ ଜଣାପଡିଥିବା ବେଳେ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ସମାଜରେ ପ୍ରକାଶ ପାଇବା ପରେ ଯୋଡା ପୌର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରବିବାର ଦିନ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ମାଧ୍ୟମରେ ଫୁଟପାଥରେ ରାତ୍ରୀ ଯାପନ କରୁଥିବା ଲୋକଙ୍କୁ ଅବଗତ କରାଯାଇ ସେମାନଙ୍କ ନିମନ୍ତେ ଯୋଡା କଲ୍ୟାଣ ମଣ୍ଡପ ଏବଂ ବଚ୍ଚୁହାଟିଂ ଠାରେ ୨ଟି ରାତ୍ର ଆଶ୍ରୟସ୍ଥଳ ଖୋଲାଯାଇଛି । ସେଠାରେ ଏହି ନିରାଶ୍ରୟ ବ୍ୟକ୍ତିମାନଙ୍କୁ କମ୍ବଳ, ଦରି ଯୋଗାଇଦିଆଯାଇଥିବା ପୌର ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ତୁରନ୍ତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.