Home ଓଡ଼ିଶା ଯୋଡାରେ ଲଜ୍ଜା : ନାବାଳିକାକୁ ଅପହରଣ ପରେ ନିଶା ଦେଇ ୭ ଦିନ ଧରି ଦୁଷ୍କର୍ମ

ଯୋଡାରେ ଲଜ୍ଜା : ନାବାଳିକାକୁ ଅପହରଣ ପରେ ନିଶା ଦେଇ ୭ ଦିନ ଧରି ଦୁଷ୍କର୍ମ

3780

ଯୋଡା – ୨୯/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ-୪ରେ ଥିବା ମୁସଲିମ ବସ୍ତିର ଜଣେ ନାବାଳିକା ଝିଅ (୧୭) କୁ ଅପହରଣ କରିନେଇ ଏକ ଅଙ୍ଗାତ ସ୍ଥାନରେ ୭ଦିନ ଧରି ଗୃହବନ୍ଦି ରଖିବା ସହ ନାବାଳିକା ଝିଅଟିକୁ ନିଶା ଔଷଧ ଦେଇ ଦୁଷ୍କର୍ମ କରିବା ପରେ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଯୋଡା ବସ୍ ଷ୍ଟାଣ୍ଡରେ ସଙ୍ଗାହୀନ ଅବସ୍ଥାରେ ଫିଙ୍ଗି ଦେଇ ଦୁର୍ବୁତ୍ତମାନେ ଚାଲିଯାଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏବେ ନାବାଳିକାଟି ଟାଟା କମ୍ପାନୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ବେଳେ କଥାବାର୍ତ୍ତା କରିପାରୁନାହିଁ। ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ଥିବା ବେଳେ ଚିକିତ୍ସା ଜାରି ରହିଛି।

ନାବାଳୀକାର ପିତା ଜାକିର ଉଦ୍ଦିନ ଅହମଦ ଯୋଡା ମାର୍କେଟରେ ରହି ବାମେବାରୀ ଥାନା ଅନ୍ତର୍ଗତ ହେସାବେଡା ଠାରେ ଗ୍ୟାରେଜ କାମ କରିଥାନ୍ତି। ହେସାବେଡା ନିକଟରେ ଅନ୍ୟ ଜଣେ ଭୁଟାନ ନାମକ ବ୍ୟକ୍ତି ସେ ମଧ୍ୟ ଟାୟାର ରିସୋଲିଂ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଜାକିର ଉଦ୍ଦିନଙ୍କ ଅଭିଯୋଗ ମୁତାବକ ଉକ୍ତ ଭୁଟାନ ତାଙ୍କର ସହଯୋଗୀ ସାହାଦତ ମିଆଁ, ସୋନୁ ଏବଂ ଓକିଲ ଗତ ୨୧ ତାରିଖରେ ତାଙ୍କର ନାବାଳିକାକୁ ଘରୁ ଉଠାଇନେଇଥିଲେ। ୨୮ ତାରିଖ ସନ୍ଧ୍ୟାରେ ମୁର୍ମୁଷ ଅବସ୍ଥାରେ ତାଙ୍କୁ ଯୋଡା ବସ୍ ଷ୍ଟାଣ୍ଡର ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଚାଲିଯାଇଥିଲେ।

ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ମଧ୍ୟ ଲୁଟିନେଇଥିବା ସହ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସେ ଯୋଡା ଥାନାରେ ଦେଇଥିବା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଝିଅଟିର ଡାକ୍ତରି ଯାଞ୍ଚ ପରେ ସମସ୍ତ ତଥ୍ୟ ମିଳିପାରିବ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.