Home ଓଡ଼ିଶା ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ

ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ

195

ବାଲିଗୁଡା, ୨୯-୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାରଙ୍ଗଗଡ଼ ନିକଟସ୍ଥ ଗୁଞ୍ଜିବାଡ଼ି ପଞ୍ଚାୟତ ପାଡେଲକିଆ ଗ୍ରାମରେଘଟିଛି ଏକ ଅଭାବନିୟ ଘଟଣା।

ମା’ପ୍ରମା ପ୍ରଧାନ (୪୦)ବାସନ ମାଜୁଥିବା ବେଳେ ପୁଅ ସୁନୀଲ ପ୍ରଧାନ( 20) ପଛପଟୁ ଟାଙ୍ଗିଆରେ ମୁଣ୍ଡ କୁ ଶକ୍ତ ଆଘାତ ଦେବାରୁ ଘଟଣାସ୍ଥଳରେ ପ୍ରମାର ମୃତ୍ୟୁ ଘଟିଛି।

ଆଖପାଖ ପଡିଶା ଘର ଲୋକ ଦେଖି କି ଭୟ ରେ ପାଟି କରିବାରୁ ଲୋକ ରୁଣ୍ଡ ହୋଇ ସୁନୀଲ କୁ କାବୁ କରି ସାରଙ୍ଗଗଡ଼ ପୋଲିସରେ ଜିମା ଦେଇଥିଲେ। ପୋଲିସ ମୃତ୍ୟୁ ଦେହ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଅଧିକା ତଥ୍ୟ ପାଇଁ ସୁନୀଲକୁ ପଚରା ଉଚୁରା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.