Home ଜିଲ୍ଲା ପରିକ୍ରମା ଧାନ ମମଣ୍ଡିରେ ନକଲି ପ୍ରମାଣପତ୍ର ଦାଖଲ କରି ଚାଷୀଙ୍କୁ ଠକାଇବା ଅଭିଯୋଗରେ ଶିଖପାଲି ଲ୍ୟାମ୍ପସ ର...

ଧାନ ମମଣ୍ଡିରେ ନକଲି ପ୍ରମାଣପତ୍ର ଦାଖଲ କରି ଚାଷୀଙ୍କୁ ଠକାଇବା ଅଭିଯୋଗରେ ଶିଖପାଲି ଲ୍ୟାମ୍ପସ ର ପୁର୍ବତନ ପରିଚାଳକ ଗିରଫ

198

ମାଲକାନଗିରି,୨୯ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଶିଖପାଲି ଲ୍ୟାମ୍ପସର ପୁର୍ବତନ ପରିଚାଳକ ଧାନମଣ୍ଡିରେ ଶତାଧିକ ଚାଷୀଙ୍କ ନକଲି ପ୍ରମାଣପତ୍ର ଦାଖଲ କରି ଅସଲି ଚାଷୀଙ୍କୁ ଠକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ଚଳିତ ବର୍ଷ ଖରିପ ଧାନମଣ୍ଡିରେ ପୋଟେରୁ ଠାରେ ଥିବା ଶିଖପାଲି ଲ୍ୟାମ୍ପସ ଅଧିନରେ ଚାଷୀମାନଙ୍କ ଠାରୁ ଧାନକ୍ରୟ ସମୟରେ ପୁର୍ବତନ ଲ୍ୟାମ୍ପସ କର୍ମଚାରୀ କିଛି ଦଲାଲମାନଙ୍କ ସହିତ ମିଶି ମାଟାପେକା ପଚାଂୟତର ଶତାଧିକ ଆଦିବାସୀ ଚାଷୀଙ୍କ ଜମି ପଟା,କାଗଜ ପତ୍ର ଅନଲାଇନ ରୁ ବାହରକରି ସେହିଜମିରେ ନକଲି ଭାଗଚାଷୀ ମାନଙ୍କ ନାମପଜିଂକରଣ କରି ମଣ୍ଡିରେ ଦଲାଲମାନଙ୍କ ଧାନକୁ ବିକ୍ରୟ କରିଥିବାବେଳେ ଅସଲଚାଷୀଙ୍କ ଧାନ ବିକ୍ରୟ ହୋଇ ପାରିନଥିବାର ମାଟାପେକା ପଚାଂୟତ ସରପଂଚ ଓ ଚାଷୀମାନେ ଜିଲ୍ଲାପାଳଙ୍କୁ ଜଣାଇବା ସହିତ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ । ମାଲକାନଗିରି ଥାନା କେସ ନମ୍ବର ୩୩୬/୯.୧୨.୨୦୧୯ ତାରିଖ ରେ ଥାନାରେ ୪୧୭/୪୨୦/୪୬୮/୪୭୧/୩୪ ଦଫାରେ ଏକକେସ ରଜୁକରାଯାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ମୃତ ଓ ନକଲି ଚାଷୀମାନଙ୍କ ନାମରେ ଦଲାଲ ମାନଙ୍କ ହଜାର ହଜାର କ୍ୱିଟାଂଲ ଧାନ ମଣ୍ଡିରେ ବିକ୍ରୀକରି ଚାଷୀଙ୍କୁ ଠକାଇ ଥିବା ଅଭିଯୋଗରେ ଆଜି ମାଲକାନଗିରି ପୁଲିସ ଏହି କାରବାର ର ମାଷ୍ଟ୍ରମାଇଣ୍ଡ ଶିଖପାଲି ଲ୍ୟାମ୍ପସର ପୁର୍ବତନ ଏମଡି ସ୍ୟାମସୁନ୍ଦର ପଟନାୟକ ଙ୍କୁ ଆଜି ମାଲକାନଗିରି ଥାନା ପୁଲିସ ଗିରଫକରିଛନ୍ତି । ଶ୍ରୀ ପଟନାୟକ ଉକ୍ତଲ୍ୟାମ୍ପସରେ ପୁବ ର୍ରୁ ଏମଡି ଥିବାରୁ ମାଟାପେକା ପଚାଂୟତରେ କେତଜଣଚାଷୀ ଅଛନ୍ତି ସେ ଲିଷ୍ଟ ତାଙ୍କନିକଟରେ ଥିଲା, ସେ ଅନଲାଇନରେ ଚାଷୀମାନଙ୍କ ଜମିକାଗଜପତ୍ର ଡାଉନଲୋର୍ଡ କରି ସେହି କାଗଜପତ୍ରରେ କିଛି ମୃତବ୍ୟକ୍ତି ଓ ନକଲିଚାଷୀଙ୍କ ନାମପଜିଂକୃତ କରି ଦଲାଲମାନଙ୍କ ଧାନ ମଣ୍ଡିରେ ବିକ୍ରୀକରୁଥିଲେ, ସେହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି, ଖୁବଶିଘ୍ର ଅନ୍ୟଦଲାଲ ମାନଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.