Home ଓଡ଼ିଶା ଯୋଡାରେ ପତ୍ର ହଲିଲେ ବିଜୁଳି ଗୋଲ

ଯୋଡାରେ ପତ୍ର ହଲିଲେ ବିଜୁଳି ଗୋଲ

162

ଯୋଡା, ୧୫/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ସହରରେ ବିଜୁଳି ବିଭ୍ରାଟ ଜନସାଧାରଣଙ୍କୁ ଅତିଷ୍ଟ କରିଛି । ସାମାନ୍ୟ ପତ୍ର ହଲିଲେ ଘଣ୍ଟା ଘଣ୍ଟା ଧରି ବିଜୁଳି ଗୋଲ ହୋଇପଡୁଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହେଉଛି ଯେ, ଦିନେ ଦିନେ ସନ୍ଧ୍ୟା ସମୟରୁ ବିଜୁଳି କଟି ସକାଳ ପ୍ରହରକୁ ବିଜୁଳି ଆସୁଥିବା ଦେଖାଯାଉଛି । ବାରମ୍ବାର ବିରୋଧ ପରେ ନେସ୍କୋ ବିଭାଗର ଚେତା ପଶୁନାହିଁ । କରୋନା ସତର୍କତା ନିମନ୍ତେ ସରକାର ଜନସାଧାରଣଙ୍କୁ ଘରୁ ନବାହାରିକୁ ପରାମର୍ଶ ଦେଉଥିବା ବେଳେ ଏହି ମହାମାରି ସମୟରେ ବିଜୁଳୁ ନକଟିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିଜୁଳି କଟିଗଲେ ଅସହ୍ୟ ଗୁଳୁଗୁଳୁ ଯୋଗୁଁ ଘରେ ରହିବା କଷ୍ଟ ଦାୟକ ହୋଇପଡୁଛି । ସରକାରଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ ସମୟରେ ଦୋକାନ ବଜାର ଖୋଲିବାକୁ ନିର୍ଦ୍ଦେଶ ରହିଥବା ବେଳେ ବିଜୁଳିକାଟ ଯୋଗୁଁ ଓଜନ ମେସିନ, ଫ୍ରିଜ ଇତ୍ୟାଦି କାମ କରୁନଥିବା ବେଳେ ବ୍ୟବସାୟୀମାନେ କ୍ଷତିର ସମ୍ମୁଖିନ ହେଉଛନ୍ତି । ଏବେ ସ୍କୁଲ ଛାତ୍ର-ଛାତ୍ରୀମାନଙ୍କ ଅନଲାଇନ ଶିକ୍ଷା ଚାଲିଥିବା ବେଳେ ବିଜୁଳି କଟିଯିବା ଯୋଗୁଁ ସେମାନେ ଠିକ୍ ଭାବେ ପାଠ ପଢିପାରୁନାହାନ୍ତି । କରୋନା ସଂକ୍ରମଣକୁ ଦେଖି ଆଇ.ଟି, ମାର୍କେଟିଙ୍ଗ, ଏମ୍‌.ବି.ଏ. ଚାକିରି କରୁଥିବା କର୍ମଚାରୀମାନେ ଏବେ ନିଜେ ଘରେ ରହି ଅନଲାଇନରେ କାର୍ଯ୍ୟ କରୁଥିବାରୁ ଏଥିରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଛି । ସମୟ ଅତିବାହିତ କରିବା ପାଇଁ ଏକମାତ୍ର ସାଧନ ଟି.ଭି.ରେ ଦେଖିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ଚିରାଚରିତ ଢଙ୍ଗରେ ନେସ୍କୋ ଅଘୋଷିତ ବିଜୁଳି କାଟ ଚଳାଇଆସିଛି । ତେବେ ଏ ନେଇ ସାଧାରଣରେ ଅସନ୍ତୋଷର ଦାନାବାନ୍ଧିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.