Home ଓଡ଼ିଶା ଯୋଡାରେ ତୁଷାରପାତ, ପାରଦ ୩ ଡିଗ୍ରୀ କୁ ଖସିଲା

ଯୋଡାରେ ତୁଷାରପାତ, ପାରଦ ୩ ଡିଗ୍ରୀ କୁ ଖସିଲା

559

ଯୋଡା,୨୮/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦୀର୍ଘ ୧୫ ବର୍ଷ ଧରି ଯୋଡାରୁ ଶୀତ କୁଆଡେ ଉଭାନ ହୋଇଯାଇଥିବା ବେଳେ ଅଚାନକ ଭାବେ ଶନିବାର ସକାଳ ୬ ଘଟିକା ସମୟରେ ଏହାର ପାରଦ ୩ ଡିଗ୍ରୀକୁ ଖସି ଯାଇଥିବା ରେକର୍ଡରୁ ଜଣାପଡିଛି । ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ ଖଣି ଅଞ୍ଚଳରେ ଶୀତ ଅନୁଭୁତ ହେଉଥିବା ବେଳେ ୧୫ ବର୍ଷ ଧରି ଏହି ପରି ଥଣ୍ଡା ପରିଲକ୍ଷିତ ହୋଇନଥିଲା । ଖଣି କାର୍ଯ୍ୟ, ଗାଡି ମୋଟର ଚଳାଚଳ ଏବଂ ଶୀଳ୍ପ ସଂସ୍ଥା ଗୁଡିକର ବ୍ୟାପକ ଧୂଳୀ, ଧୁଆଁ ଜନୀତ ପ୍ରଦୁଷଣ ଯୋଗୁଁ ଏହି ପରି ଥଣ୍ଡା ଅନୁଭୂତ ହେଉନଥିବା ବେଳେ ଏବେ ଅଧିକାଂଶ ଖଣି ବନ୍ଦ ପଡିଥିବା ସହିତ ଗାଡି ମୋଟର ଚଳାଚଳ କମିଯାଇଥିବା ଯୋଗୁଁ ପୂର୍ବ ଥଣ୍ଡା ଆଉଥରେ ଫେରିଛି ବୋଲି ଜଣାପଡିଛି । ଏପରିକି ଯୋଡା ଅଞ୍ଚଳରେ ଶନିବାର ସକାଳୁ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ସକାଳେ ମର୍ଣ୍ଣିଂ ୱାକ କରିବାକୁ ଯାଉଥିବା ଲୋକମାନେ ଏହି ତୁଷାରପାତର ମଜା ଉଠାଇଥିବା ପରିଲକ୍ଷୀତ କରାଯାଇଛି । ବେଳେ ଏହି ପାଗ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ଆକଳନ କରାଯାଉଥିବା ବେଳେ କୋହଲା ପାଗ ସାଙ୍ଗକୁ ଶୀତର ଲହରୀ ସାଧାରଣ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି । ରାତ୍ରୀ ୯ ଘଟିକା ପରଠାରୁ ବ୍ୟାପକ କୁହୁଡି ପଡୁଥିବା ବେଳେ ଯାନ ବାହାନ ଚଳାଚଳରେ ମଧ୍ୟ ଅନେକ ବ୍ୟାଘାତ ସୃଷ୍ଟି ହୋଇଛି । ବ୍ୟାପକ କୁହୁଡି ଯୋଗୁ କଳାପାହାଡ ଘାଟିରେ ତିନୋଟି ଟ୍ରକ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି ।
ଜିଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ସତ୍ୱେ ଯୋଡା ସହରରେ ବାସଗୃହ ନଥିବା ଲୋକମାନେ ବିଭିନ୍ନ ସ୍ଥାନରେ ମାଳ ମାଳ ଫୁଟପାଥ ଉପରେ ଖୋଲାରେ ଶୋଉଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ରାତ୍ରୀ କାଳୀନ ଆଶ୍ରୟ ସ୍ଥଳରେ ରହିବାର ବ୍ୟବସ୍ଥା କରାଯାଇନଥିବା ବେଳେ ଏହି ଥଣ୍ଡା ଲହରୀ ଆଉ କିଛି ଦିନ ଜାରି ରହିଲେ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡିବ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.