Home କେନ୍ଦୁଝର ଯୁବ ସାମ୍ବାଦିକ ଗରିବଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

ଯୁବ ସାମ୍ବାଦିକ ଗରିବଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

108

ହରିଚନ୍ଦନପୁର, ତା ୦୭ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବିଶ୍ବରେ କରୋନା ମହାମାରୀର ତାଣ୍ଡବ ଚାଲିଥିବା ବେଳେ ‌ସେଥିରୁ ଭାରତ ବାଦ୍ ପଡିନାହିଁ । ଭାରତର ଲୋକମାନଙ୍କୁ ମହାମାରୀ ଠାରୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ନିୟମ ଜାରି ରଖିଛନ୍ତି । ଯାହାକୁ ନେଇ ଏହି ଲକ୍ ଡାଉନ୍ ସମୟରେ କାମଧନ୍ଦା ନଥିବାରୁ ଗରିବ ଶ୍ରେଣୀର ଲୋକମାନେ ପରିବାରଙ୍କୁ ଆବଶ୍ୟକୀୟ ଖାଦ୍ୟ ଯୋଗାଇବାରେ ସକ୍ଷମ ହେଉନାହାନ୍ତି । ଏହି ସମୟରେ ଅସହାୟ ଗରିବଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ କଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଯୁବ ସାମ୍ବାଦିକ ଉତ୍ତମ କୁମାର ଗିରି । ଯୁବ ସାମ୍ବାଦିକଙ୍କ ଏପରି ସାହାଯ୍ୟ ମନୋବୃତ୍ତି ଓ ତାଙ୍କର ଏହି ମହାନ କାର୍ଯ୍ୟକୁ ଦେଖି ଏଅଞ୍ଚଳର ଲୋକମାନେ ତାଙ୍କୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.