Home ଓଡ଼ିଶା ବଜରଙ୍ଗ ଦଳ ଓ ମହିଳା ସଙ୍ଗଠନ ପକ୍ଷରୁ ମଦ ଦୋକାନ ଖୋଲିବାକୁ ବିରୋଧ

ବଜରଙ୍ଗ ଦଳ ଓ ମହିଳା ସଙ୍ଗଠନ ପକ୍ଷରୁ ମଦ ଦୋକାନ ଖୋଲିବାକୁ ବିରୋଧ

247

ବଡ଼ବିଲ ,ତା ୦୭ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣୀର ବଜରଙ୍ଗ ଦଳ ପ୍ରତିନିଧିଙ୍କ ନେତୃତ୍ୱରେ ସ୍ଥାନୀୟ ମହିଳା ସଂଗଠନ ପକ୍ଷରୁ ସରକାରଙ୍କ ବିଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି । ମହାମାରୀ କରୋନାରେ ସମଗ୍ର ବିଶ୍ୱ ଥରହର ହେଉଥିବା ବେଳେ ଏହି ବିକଟ ପରିସ୍ଥିତି ଓଡ଼ିଶାରେ ମଧ୍ୟ ଦେଖବାକୁ ମିଳିଛି । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ଲୋକମାନେ ବର୍ତ୍ତମାନ ସମୟରେ ଠିକ୍ ଭାବେ ଖାଇବାକୁ ପାଉନଥିବା ନଜିର ରହିଛି । ଏହି ସମୟରେ ଲୋକମାନଙ୍କ ପାଇଁ କିଛି କାମଧନ୍ଦା ନଥିବା ବେଳେ ରାଜ୍ୟ ସରକାରଙ୍କ ଲକ୍ ଡାଉନ୍ ନିୟମକୁ ମାନି ଘରେ ରହୁଛନ୍ତି । ବିଦେଶୀ ମଦ ଦୋକାନ ଖୋଲାଗଲେ ସମସ୍ତ ଅମାନିଆ ଲୋକ ପାଖରେ ପଇସା ନଥିବା କାରଣରୁ ଘରର ଆସଅବାପତ୍ର ବିକ୍ରି କରି ମଦ ପିଇବେ । ତେବେ ଏହି ସମୟରେ ରାଜ୍ୟ ସରକାରଙ୍କ ବିଦେଶୀ ମଦ ଦୋକାନ ଖୋଲିବା କେତେ ଦୂର ଠିକ୍ ତାହା ଆଲୋଚନାର ବିଷୟ । ଏହାକୁ ନେଇ ଆଜି ବଲାଣିର ବଜରଙ୍ଗ ଦଳ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ମଦ ଦୋକାନ ବନ୍ଦ ପାଇଁ ଆନ୍ଦୋଳନ କରାଯାଇଛି । ଏ ସମୟରେ ମଦ ଦୋକାନ ଖୋଲିବା ଦ୍ୱାରା ସମାଜରେ ପୁଣି ଆଉଥରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେବ । ଏହାସହ ବେଆଇନ୍ ଚୋରା ମଦ ବେପାରୀଙ୍କ ସାହସ ବଢିବ ତେଣୁ ରାଜ୍ୟ ସରକାରଙ୍କୁ ମଦ ଦୋକାନ ସମ୍ପୂର୍ଣ ରୂପେ ବନ୍ଦ କରିବାକୁ ଏହି ଆନ୍ଦୋଳନ ଜରିଆରେ ଦାବି କରାଯାଇଛି । ଏଥିରେ ସ୍ଥାନୀୟ ବଜରଙ୍ଗ ଦଳ ପ୍ରତିନିଧି ସୌମ୍ୟ ପ୍ରକାଶ ସିଂହ ଓ ମା ମଙ୍ଗଳା, ଜୟ ମା ଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟାମାନେ ଉପସ୍ଥିତ ରହି ମଦ ଦୋକାନ ବନ୍ଦ ପାଇଁ ଆନ୍ଦୋଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.