Home ଓଡ଼ିଶା ମହିଳାଙ୍କୁ ମାଡ ମାରି ଯୁବକ ଜେଲ ଗଲେ

ମହିଳାଙ୍କୁ ମାଡ ମାରି ଯୁବକ ଜେଲ ଗଲେ

499

ନୟାଗଡ/୧୦/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନାର ମଙ୍ଗରାଜପୁରରେ ଜଣେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ଯୁବକକୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଯୁବକ ଜଣକ ହେଉଛନ୍ତି ମଙ୍ଗରାଜପୁର ଗୋପାଳ ମହାପାତ୍ରଙ୍କ ସାନପୁଅ ଲୁନା ମହାପାତ୍ର । ଘଟଣାରୁ ପ୍ରକାଶ ସେହି ମଙ୍ଗରାଜପୁର ଗ୍ରାମର ଗୋପାଳ ମହାପାତ୍ରଙ୍କ ଘର ନିକଟ ନମିତା ଦାଶ ଓରଫ୍ ମିକିଙ୍କ ଘର ରହିଅଛି । ଉଭୟଙ୍କ ମଧ୍ୟରେ ଘରଡିହକୁ ନେଇ କିଛିଦିନ ହେଲା ବିବାଦ ଲାଗି ରହିଥିଲା । ନମିତା ଦାଶଙ୍କ ସ୍ୱାମୀ ବ୍ରହ୍ମପୁର ଗୋପାଳପୁର ଗ୍ରାମରେ ସରକାରୀ ଚାକିରୀଆ । ତେଣୁ ମହିଳା ନମିତା ଦାଶ ଘର ନିର୍ମାଣ କରିବା ସମୟରେ ଲୁନା ମହାପାତ୍ର ମହିଳାଙ୍କୁ ମାଡ ମାରିବା ଅଭିଯୋଗ ହୋଇଥିଲା । ତେଣୁ ରଣପୁର ଥାନା ପୋଲିସ୍ ଏକ ମାମଲା ଋଜୁ କରିବା ସହ ଅଭିଯୁକ୍ତଙ୍କୁ ରଣପୁର କୋର୍ଟକୁ ଚାଲାଣ କରିଥିବା ଜଣା ପଡିଛି । ଯୁବକଙ୍କ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.