Home କେନ୍ଦ୍ରାପଡ଼ା ଯୁବ ଗାଳ୍ପିକ ବିରଜା ରାଉତରାୟ ପାଇଲେ ‘କନ୍‌ହେଇ କଥା ପୁରସ୍କାର’

ଯୁବ ଗାଳ୍ପିକ ବିରଜା ରାଉତରାୟ ପାଇଲେ ‘କନ୍‌ହେଇ କଥା ପୁରସ୍କାର’

29

କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କଥାକାର କନ୍‌ହେଇଲାଲ ଦାସଙ୍କ ୭୫ତମ ଜୟନ୍ତୀ ସମାରୋହରେ ଯୁବ ଗାଳ୍ପିକ ତଥା କେନ୍ଦ୍ରାପଡାର ଅତିରିକ୍ତ ଉପଜିଲ୍ଲାପାଳ ଡଃ. ବିରଜା ପ୍ରସାଦ ରାଉତରାୟଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ “କନ୍‌ହେଇ କଥା ପୁରସ୍କାର” ପ୍ରଦାନ କରାଯାଇଛି। କନ୍‌ହେଇଲାଲ ଦାସ ସ୍ମୃତି ସଂସଦ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ଆତିଥ୍ୟ ଭବନରେ ସଂସଦ ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଗାଳ୍ପିକ ଶ୍ୟାମା ପ୍ରସାଦ ଚୈାଧୁରୀ ମୁଖ୍ୟ ଅତିଥି ଓ ସୁଖ୍ୟାତ କଥାଶିଳ୍ପୀ ଭୀମ ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବ ଗାଳ୍ପିକ ଶ୍ରୀ ରାଉତରାୟଙ୍କୁ ମାନପତ୍ର, ପୁଷ୍ପଗୁଛ, ଉପଢୈାକନ ଓ ନଗଦ ୧୦ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରି ଚଳିତ ବର୍ଷର ସମ୍ମାନଜନକ “କନ୍‌ହେଇ କଥା ପୁରସ୍କାର – ୨୦୨୨” ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଡା. ବିଶ୍ୱ ପ୍ରକାଶ କାନୁନଗୋ, ସାହିତ୍ୟିକ ଡଃ. ବାସୁଦେବ ଦାସ, ପ୍ରଫେସର ନନ୍ଦ କିଶୋର ପରିଡା, ମହମ୍ମଦ ଜାହିଦ ଖାଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୁବ ଗାଳ୍ପିକ ଡଃ. ରାଉତରାୟଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.