Home କେନ୍ଦ୍ରାପଡ଼ା ପାରାଦୀପ ଫସଫେଟ ପକ୍ଷରୁ କୃଷି ସଚେତନତା ଶିବିର

ପାରାଦୀପ ଫସଫେଟ ପକ୍ଷରୁ କୃଷି ସଚେତନତା ଶିବିର

37

କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପାରାଦୀପ ଫସଫେଟ ଲିମିଟେଡ ସାର କମ୍ପାନୀ ପକ୍ଷରୁ ଏକ କୃଷି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କଂସାର ପଞ୍ଚାୟତର ସାହାସପୁର ଠାରେ ଆୟୋଜିତ କୃଷି ସଚେତନତା ଶିବିରରେ ପାରାଦୀପ ଫସଫେଟ୍‌ର ଆଞ୍ଚଳିକ ପ୍ରବନ୍ଧକ ସତ୍ୟନାରାୟଣ ମେହେର, ବଜାର ସଂପ୍ରସାରଣ ଅଧିକାରୀ ସୂର୍ଯ୍ୟମଣୀ ମହାପାତ୍ର, ସ୍ଥାନୀୟ ବିକ୍ରୟ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଏବଂ କନିଷ୍ଠ କ୍ଷେତ୍ର ବିଜ୍ଞାନୀ ଅଭୟ କୁମାର ବରାଳ ପ୍ରମୁଖ ଯୋଗଦେଇ ସାରର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଏକ ନୂଆ କମ୍ପେକ୍ସ ନବରତ୍ନା ସାର ବୋଝେଇ ଟ୍ରକ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହାସପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ଫର୍ଟିଲାଇଜର ସାର ଦୋକାନରେ ପହଞ୍ଚିଥିଲା। ପାରାଦୀପ ଫସଫେଟର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଚାଷୀମାନେ ବେଶ ପ୍ରସଂଶା କରିଥିଲେ। ଲକ୍ଷ୍ମୀନାରାୟଣ ଫର୍ଟିଲାଇଜରର ପ୍ରୋପାଇଟର ନିର୍ମଳ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର କୃଷକ ରବିନ୍ଦ୍ରନାଥ ପଣ୍ଡା, କୈଳାସ ବେହେରା, ରବିନ୍ଦ୍ର ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ଜେନା, ଗଜେନ୍ଦ୍ର ପରିଡା, ଗଣେଶ ନାୟକଙ୍କ ସମେତ ବହୁ ଚାଷୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.