Home ଜିଲ୍ଲା ପରିକ୍ରମା ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଂଚଙ୍କ ପ୍ରାଥମିକ ପ୍ରଶିକ୍ଷଣ ଶିବିର

ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଂଚଙ୍କ ପ୍ରାଥମିକ ପ୍ରଶିକ୍ଷଣ ଶିବିର

41

ନୟାଗଡ଼, ୨୫ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳାପ୍ରଶାସନ ପକ୍ଷରୁ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ରଠାରେ ପଂଚାୟତରାଜ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ସହାୟତାରେ ଓଡ଼ଗାଁ ଓ ଦଶପଲ୍ଲା ବ୍ଲକର ସରପଂଚମାନଙ୍କ ପଂଚଦିବସୀୟ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ପଂଚାୟତର ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପଂଚାୟତ ଅଧିକାରୀ ମନୋରଂଜନ ମହାନ୍ତି, ସହକାରୀ ପ୍ରକଳ୍ପ ଅଧିକାରୀ ମନୋରଂଜନ ହୋତା ପ୍ରମୁଖ ଶିବିରରେ ଯୋଗଦେଇ ସରପଂଚମାନଙ୍କୁ ନିଜେ ସଶକ୍ତ ହେବା ସହ ନିଜ ନିଜର ଗ୍ରାମ ପଂଚାୟତଙ୍କୁ ସଶକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଂଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ରବିନ୍ଦ୍ର ନାଥ ମୁଦୁଲି ଓ ପୁଷ୍ପାଂଜଳି ମିଶ୍ର ତାଲିମ ଦେଇଥିଲେ। ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାର କିପରି ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.