Home କେନ୍ଦ୍ରାପଡ଼ା ଯୁବ ଇଂଜିନିୟରଙ୍କ ଅକାଳ ବିୟୋଗ

ଯୁବ ଇଂଜିନିୟରଙ୍କ ଅକାଳ ବିୟୋଗ

206

କେନ୍ଦ୍ରାପଡା, ୯/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ଦୁତିଆଳ ଗ୍ରାମରେ ଜନ୍ମିତ ଯୁବ ଇଞ୍ଜିନିୟର ଦେବେନ୍ଦ୍ର କୁମାର ପରିଡାଙ୍କର ଦୁବାଇରେ କରୋନା ପ୍ରପିଡିତ ହୋଇ ୪୩ ବର୍ଷ ବୟସରେ ବିୟୋଗ ହୋଇଯାଇଛି। ସ୍ୱର୍ଗତ ପରିଡା ଏ ଅଂଚଳରେ କେତେକ ଯୁବକ ମାନଙ୍କୁ ଦୁବାଇରେ ନିଯୁକ୍ତି ପ୍ରଦାନ କରିବାରେ ସହାୟତା କରିଥିଲେ। ଜଣେ ଉଦୀୟମାନ ଓ ପରୋପକାରୀ ଯୁବକ ଭାବରେ ତାଙ୍କର ପରିଚୟ ରହିଛି। ସ୍ୱର୍ଗତ ପରିଡା ହେଉଛନ୍ତି ଶୁକଦେବ ପରିଡା ଏବଂ ପଦ୍ମାବତୀ ପରିଡାଙ୍କର ସାନପୁଅ ଏବଂ ଅଧ୍ୟାପକ ଅଜୟ ସାମଲଙ୍କ ଅତି ନିକଟ ସଂପର୍କୀୟ। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.