Home ଓଡ଼ିଶା ଯୁବ ଆଇନ୍‌ଜୀବି ଙ୍କ ଦେହାନ୍ତ ରେ ରଣପୁର ବାର୍ ଆସୋସିଏସନ୍ ର ଶୋକ ସଭା

ଯୁବ ଆଇନ୍‌ଜୀବି ଙ୍କ ଦେହାନ୍ତ ରେ ରଣପୁର ବାର୍ ଆସୋସିଏସନ୍ ର ଶୋକ ସଭା

32

ନୟାଗଡ/୩/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଯୁବ ଓକିଲ ବିଧୁ ଭୂଷଣ ଦାସ ଙ୍କର ଗତ ଫେବୃୟାରୀ ୨ ତାରିଖ ସଂଧ୍ୟ୍ୟାରେ ଦେହାନ୍ତ ହୋଇଯାଇଅଛି । ସେ ଅନେକ ଦିନ ହେଲା କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କ ଦେହାନ୍ତ ରେ ରଣପୁର ଓକିଲ ସଂଘ ରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ବେଳାପୀ ,ପରଉପକାରୀ ସହ ଉତ୍ତମ ସଂଗଠକ ଥିଲେ ।

ବିଧୁ ଭୂଷଣ ଙ୍କ ଅମରାତ୍ମା ର ସଦ୍‌ଗତି କାମନା ପାଇଁ ରଣପୁର ବାର୍ ଆସୋସିଏସନ୍ ରେ ଫେବୃୟାରୀ ୩ ତାରିଖରେ  ଏକ ଶୋକ ସଭା କରାଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତି ଚାରଣ କରାଯାଇଥିଲା । ବରିଷ୍ଠ ଆଇନ୍‌ଜିବୀ ଓକିଲ ସଂଘର ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର  ଙ୍କ ଅଧ୍ୟକ୍ଷତା ରେ ଶୋକ ସଭା କରାଯାଇଥିଲା । ସମ୍ପାଦକ ସତ୍ୟନାରାୟଣ ମତା ,ସୁବାଷ ଜେନା , ଉମେଶ ରଞ୍ଜନ ସାହୁ , ସୁକାନ୍ତ ପାଟ୍ଟନାୟକ ,ସ୍ୱଦେଶ ରଞ୍ଜନ ସେନାପତି , ଶ୍ରୀକାନ୍ତ ସାହୁ ଆଦି ବହୁ ଓକିଲ ଯୋଗ ଦେଇ ବିଧୁ ଭୂଷଣ ଙ୍କ ଗୁଣଗାନ ଓ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.