Home ଓଡ଼ିଶା ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲା ପାଣି

ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲା ପାଣି

44

ଯୋଡା ୩/୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବଲାଣୀ ପଞ୍ଚାୟତର କୋହ୍ଲପାଣ୍ଡୁଳି ଗାଁକୁ ଦିର୍ଘ ଦିନ ହେବ ଜଳ ଯୋଗାଣର ବ୍ୟବସ୍ଥା ଅଚଳ ହୋଇପଡିଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୋଲାର ଗଭିର ନଳକୂପଟି ଅଚଳ ହୋଇପଡିବା ଫଳରେ ଏହି ଗାଁରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡି କୌଣସି ସୁଫଳ ମିଳିନଥିବା ବେଳେ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଯୋଡା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖାଯାଇଛି । ଯୋଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଅଧିକାରୀ ମଳୟ କୁମାର ରାଉତ ବୁଧବାର ଦିନ ଏହି ସୋଲାର ଚାଳିତ ଗଭିର ନଳକୂପର ଖରାପ ହୋଇଯାଇଥିବା ମୋଟରଟିକୁ ମରାମତି କରି ଗ୍ରାମକୁ ଜଳ ଯୋଗାଣର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ଫଳରେ ଗ୍ରାମବାସୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏଠାରେ ସୂଚନା ଯୋଗ୍ୟ, ଏହି କୋହ୍ଲପାଣ୍ଡୁଳି ଗାଁଟିରେ ୪ଶହରୁ ଉର୍ଦ୍ଧ୍ୱ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି । ଏଠାରେ ଏହି ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ଏକ ସୋଲାର ଚାଳିତ ଗଭିର ନଳକୂପ ଖନନ କରାଯାଇ ଜଳ ଯୋଗାଣ କରାଯାଇଥିଲେ ମଧ୍ୟ ଏହା ଦୀର୍ଘ ଦିନ ଧରି ଅଚଳ ହୋଇପଡିଥିଲା । ଫଳରେ ଗ୍ରାମବାସୀମାନେ ଗାଁ ଠାରୁ ୨ କିମି ଦୂରରେ ଅବସ୍ଥିତ ଏକ ଝରଣା କୂଳରେ ଚୁଆ ଖୋଳି ସେଠାରୁ ଜଳ ସଂଗ୍ରହ କରି ନିଜର ଦୈନଦିନ ବ୍ୟବହାରରେ ଉପଯୋଗ କରିଆସୁଥିଲେ । ଏ ନେଇ ଉକ୍ତ ଗ୍ରାମର ବୁଧୁବାର ମୁଣ୍ଡ, ଶିର ମୁଣ୍ଡା, ସେରେଇ ମୁଣ୍ଡା, ମାନସିଂ ମୁଣ୍ଡା ପ୍ରମୁଖ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ଦେବା ସହ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.