Home ଜିଲ୍ଲା ପରିକ୍ରମା ଯୁବଶକ୍ତି ହିଁ ଦେଶର ସମ୍ପତ୍ତି, ନେହେରୁ ଯୁବକେନ୍ଦ୍ର ତରଫରୁ ଯୁବ ଉତ୍ସବ ପାଳନ

ଯୁବଶକ୍ତି ହିଁ ଦେଶର ସମ୍ପତ୍ତି, ନେହେରୁ ଯୁବକେନ୍ଦ୍ର ତରଫରୁ ଯୁବ ଉତ୍ସବ ପାଳନ

98

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରତିଯୋଗୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ମୋବାଇଲ ଫଟୋଗ୍ରାଫି, କବିତା ଲିଖନ, ଚିତ୍ରାଙ୍କନ, ବକ୍ତୃତା ଏବଂ ଦଳଗତ ନୃତ୍ୟ ପରି ବିଭିନ୍ନ ପ୍ରତିଯୋଗିତାରେ ଉନ୍ନୀତ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦୂରଦର୍ଶନ ଓ ଅଲ୍ ଇଣ୍ଡିଆର ସମ୍ବାଦଦାତା ଅଶୋକ କୁମାର ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଅନ୍ୟତମ ଅତିଥିଭାବେ ସି.ଟି.ଡ଼ି.ଏସ୍‌.ପି. ଶ୍ରୀ ଅଂଶୁମାନ ଦ୍ୱିବେଦୀ, ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବୋଧ ଚନ୍ଦ୍ର ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପଦ୍ମନ କୁମାର ରାୟ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଶୁଭେନ୍ଦୁ କୁମାର ବରାଳ, ଅଧ୍ୟାପକ, ରାଜନୀତି ବିଜ୍ଞାନ ଏବଂ ଡ. ସୁଦର୍ଶନ ଦାସ ଏନ୍‌.ଏସ୍‌.ଏସ୍ ପ୍ରୋଗ୍ରାମ କୋଡ଼ିନେଟର, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ପ୍ରମୁଖ ଯୋଗ ଦେଇଥିଲେ ।

ଯୁବ ଶକ୍ତି ହିଁ ଦେଶର ଭବିଷ୍ୟତ । ଯୁବଗୋଷ୍ଠୀ ଉଚ୍ଚ ଶିକ୍ଷିତ ହେବା ସହ ସ୍ୱାସ୍ଥ୍ୟବାନ, ସଚେତନ ଦକ୍ଷ ହୋଇପାରିଲେ ସେମାନଙ୍କର ଉନ୍ନତି ସାଙ୍ଗକୁ ଦେଶର ପ୍ରଗତି ସମ୍ଭବ ହେବ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ପାଠପଢ଼ା ସହିତ ନିଜ ପାଖରେ ôତବା ଅନ୍ୟ ପ୍ରତିଭାର ବିକାଶ ପାଇଁ ମଧ୍ୟ ସାଧନା ଜାରି ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଯୁବ ଉତ୍ସବ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଶନ ଶକ୍ତି, ଜିଲ୍ଲା ନିୟୋଜନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଆକର୍ଷଣୀୟ ଷ୍ଟଲ ଖୋଲାଯାଇଥିଲା । ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଧାମନଗର କଲେଜ, ମହିଳା ମହାବିଦ୍ୟାଳୟ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ସାଂସ୍କୃତିକ ପ୍ରତିଯୋଗିତାରେ ଏହି ମହାବିଦ୍ୟାଳୟର ଛାତ୍ରମାନଙ୍କ ସହିତ ଭଦ୍ରକର ନୃତ୍ୟ ଅନୁଷ୍ଠାନ ମନ୍ଦିରା, ସାଇନୃତ୍ୟ ଏକାଡ଼େମୀର ନୃତ୍ୟ ଶିଳ୍ପୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଏବଂ ଆବାହକ ଭାବେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଘ୍ନେଶ ଏମ୍‌. ଏବଂ ଏହି ସଂଗଠନର ଅନ୍ୟତମ ସଦସ୍ୟ ସତ୍ୟବ୍ରତ ଦାସ, ମାଧବାନନ୍ଦ ନାଥ ସମେତ ସମସ୍ତ ସ୍ୱେଚ୍ଛାସେବୀ ସହଯୋଗରେ ଉକ୍ତ କାର୍ଯର୍୍ୟକ୍ରମ ଉତ୍ତମ ରୂପେ ସମ୍ପାଦିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉନ୍ନୀତ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.