Home ଜିଲ୍ଲା ପରିକ୍ରମା ନିଃସ୍ୱାର୍ଥପର ତ୍ୟାଗ ଓ ସେବା ବ୍ୟକ୍ତିତ୍ୱକୁ ଅବିସ୍ମରଣୀୟ କରେ – ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ବିପ୍ଳବୀ...

ନିଃସ୍ୱାର୍ଥପର ତ୍ୟାଗ ଓ ସେବା ବ୍ୟକ୍ତିତ୍ୱକୁ ଅବିସ୍ମରଣୀୟ କରେ – ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ବିପ୍ଳବୀ ଚକ୍ରଧର ବେହେରାଙ୍କ ୧୨୯ତମ ଜୟନ୍ତୀ ସମାରୋହ

47

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ କନିକା ପ୍ରଜା ଆନ୍ଦୋଳନର ଜନନେତା ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ଜିଲ୍ଲା ସ୍ତରରେ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜରିଆରେ ଆେୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ଆବାହକ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର୍‌୍ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆସରରେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେସର ଡ. ବଳରାମ ମିଶ୍ର, ସମ୍ମାନିତ ବକ୍ତା ଅବସରପ୍ରାପ୍ତ ପ୍ରଫେସର ଡ. ହରିହର ପଣ୍ଡା, ସ୍ୱତନ୍ତ୍ର ଅତିଥି ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ, ସମ୍ମାନିତ ଅଥିତି ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ସ୍ମୃତି କମିଟିର ସମ୍ପାଦିକା ଶାନ୍ତିଲତା ନାଗ ଯୋଗ ଦେଇଥିଲେ । ଗାନ୍ଧି ଓଡ଼ିଶା ବାଳାଶ୍ରମର ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଆଶ୍ରମର ଅନ୍ତେବାସୀ ଛାତ୍ରମାନେ ବିପ୍ଳବୀ ଚକ୍ରଧର ବେହେରାଙ୍କ ମହତ୍ୱ ଆଧାରରେ ଶ୍ରୀମତୀ ନାଗଙ୍କ ଦ୍ୱାରା ରଚିତ ଉଦ୍‌ଘାଟନୀ ସଙ୍ଗୀତ ପରିବେଷଣ କରିଥିଲେ । ଦୁଃଖି ଗରିବ ପ୍ରଜାଙ୍କ ସାମୂହିକ ଅଧିକାର ପାଇଁ ସ୍ୱର୍ଗତ ବେହେରାଙ୍କ ନୀତିନିଷ୍ଠ ସଂଘର୍ଷ ସହିତ ନିଃସ୍ୱାର୍ଥପର ତ୍ୟାଗ ଓ ସେବା ତାଙ୍କୁ ଜଣେ ସଚ୍ଚା ବିପ୍ଳବୀ ଭାବେ କାଳଜୟୀ କରିଛି । ତାଙ୍କ ବ୍ୟକ୍ତିତ୍ୱର ଏହି ଆଦର୍ଶ ଆମ ପାଇଁ ଅନୁକରଣୀୟ ହେବା ଉଚିତ୍ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିୟଲେ ।

ମୁଖ୍ୟବକ୍ତା ଶ୍ରୀଯୁକ୍ତ ମିଶ୍ର ବିପ୍ଳବୀ ବେହେରାଙ୍କ ବ୍ୟକ୍ତିତ୍ୱ, କୃତିତ୍ୱ ଓ ମହତ୍ୱ ପ୍ରସଙ୍ଗରେ ବକ୍ତବ୍ୟ ରଖିବାକୁ ଯାଇ କହିଥିଲେ କି ଚକ୍ରଧର ବାବୁ ରାଜତନ୍ତ୍ର ବିରୋଧରେ ବିପ୍ଳବ କରି ନିଜେ ବନ୍ଦୀ ହୋଇଥିଲେ ବି ତତ୍‌କାଳୀନ ଇଂରେଜ ସମର୍ଥିତ ପ୍ରବଳ ପ୍ରତାପୀ କନିକା ରାଜାଙ୍କ ଦ୍ୱାରା ପ୍ରଚଳିତ ପ୍ରଜାବିରୋଧୀ, ଅନୀତି ଅତ୍ୟାଚାର ପ୍ରବଣ ଶାସନ ସମୟକୁ ବନ୍ଦୀ କରିପାରିଥିଲେ । ନିଜ ମାଟି ପାଇଁ, ଦେଶ ପାଇଁ ବିପ୍ଳବୀ ବେହେରାଙ୍କ ଅନନ୍ୟ ଅବଦାନର ଅନାଲୋଚିତ ଇତିହାସକୁ ସମ୍ମୁଖକୁ ଆଣିବାର ବେଳ ଆସିଛି ବୋଲି ଅନ୍ୟତମ ପ୍ରମୁଖ ବକ୍ତା ଡ. ହରିହର ପଣ୍ଡା ପ୍ରକାଶ କରିଥିଲେ । ଏହି ଜୟନ୍ତୀ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହାଇସ୍କୁଲ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରପ୍ରାପ୍ତ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ଏବଂ ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ସମାଜସେବୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜମ୍ବୁବତୀ ଦାସ, ଓଡ଼ିଶା ସାହିତ୍ୟ ଆକାଡ଼େମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳି, ସାହିତ୍ୟିକ ବିଜୟ ବହଳୀ, ଡ. ରାମଚନ୍ଦ୍ର୍ ପଣ୍ଡା, କୈଳାଶ ଚନ୍ଦ୍ର ପଣ୍ଡା, ରମେଶ ଦାସ, ଅଧ୍ୟାପକ ନିହାର ରଞ୍ଜନ କର, କଳାକାର ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ, ତ୍ରିଲୋଚନ ପଣ୍ଡା, ପ୍ରଶାନ୍ତ ବେହେରା, ଗାନ୍ଧି ଓଡ଼ିଶା ବାଳାଶ୍ରମର ସଭାପତି ଝରଣା ପଟ୍ଟନାୟକ, ପରିଚାଳକ ହୃଷିକେଶ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ଡ. ପ୍ରଭାତ ନଳିନୀ ମହାପାତ୍ର, ରୋଟାରିଆନ୍ ବିଜୟ ସାହୁ, ସ୍ମୃତି କମିଟିର ସଭାପତି ବାସୁଦେବ ବାରିକ୍‌, ପରିବାର ସଦସ୍ୟ ଉପେନ୍ଦ୍ର ବାରିକ, ରାଜେନ୍ଦ୍ର ବାରିକ, ରାଜଲକ୍ଷ୍ମୀ ଦାସ, ବିଜୟଲକ୍ଷ୍ମୀ ଦାସ, ଭାଗ୍ୟଲକ୍ଷ୍ମୀ ଦାସ, ଇଞ୍ଜିନିୟର ବି.ଏନ୍‌. ଦାସ ପ୍ରମୁଖଙ୍କ ସହ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.