Home ଜିଲ୍ଲା ପରିକ୍ରମା ଏସ୍‌ପିଙ୍କୁ ସାକ୍ଷାତ୍ ପରେ ଯୁବକ ଗିରଫ

ଏସ୍‌ପିଙ୍କୁ ସାକ୍ଷାତ୍ ପରେ ଯୁବକ ଗିରଫ

65

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁଲ୍ କରିଥିଲେ ଭଲପାଇ ବାହା ହେବାରେ । କାହିଁକି ନା ଦୀର୍ଘ ୧୨ ବର୍ଷ ଧରି ଶାଶୁଘର ଲୋକଙ୍କ ନିର୍ଯ୍ୟାତନା ସହି ଶେଷରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ଗ୍ରାମର ଦେବବ୍ରତ ପରିଡାଙ୍କ ପତ୍ନୀ ଦେବାଙ୍ଗିନୀ । ଦେବାଙ୍ଗିନୀ ଥାନାରୁ ନ୍ୟାୟ ନପାଇ ଶେଷରେ ଏସ୍‌ପିଙ୍କୁ ସାକ୍ଷାତ୍ କରି ନିଜର ଅଭିଯୋଗ ବାଢିବା ପରେ ସିଧାସଳଖ ଗିରଫ ହୋଇଛନ୍ତି ଦେବବ୍ରତ । ଏହି ଘଟଣାରେ ଦେବାଙ୍ଗିନୀ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ସେ ଦେବବ୍ରତଙ୍କୁ ଭଲ ପାଇ ନିଜ ପରିବାରର ଅନିଚ୍ଛା ସତ୍ୱେ ବିବାହ କରିଥିଲେ । କିନ୍ତୁ ବାହାଘରର ୬ ବର୍ଷ ପରେ ଶାଶୁଘର ପକ୍ଷରୁ ତାଙ୍କ ଉପରେ ଆରମ୍ଭ ହୋଇଥିବା ଶାରୀରିକ ଓ ମାନସିକ ନିର୍ଯ୍ୟାତନା । ଏଭଳିକି ତାଙ୍କୁ ମାଡ ମାରି ହାଡ ଭାଙ୍ଗିଦେବା ସହ ବେକରେ ରଶି ବାନ୍ଧି ହତ୍ୟା ଉଦ୍ୟମ କରିବା ଏବଂ ପର ପୁରୁଷଙ୍କ ନିକଟକୁ ନିଜ ପତ୍ନୀକୁ ସ୍ୱାମୀ ଦେବବ୍ରତ ପଠାଇବାକୁ ବି ଭୁଲିନଥିଲେ । ଶେଷରେ ନିଜର ସୁରକ୍ଷା ନିମନ୍ତେ ଦେବାଙ୍ଗିନୀ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ନପାଇବାରୁ ଏସ୍‌ପିଙ୍କୁ ସାକ୍ଷାତ୍ କରି ନିଜର ଦୁଃଖ କାହାଣୀ କହିବା ପରେ ଗିରଫ ହୋଇଛନ୍ତି ଦେବବ୍ରତ । ଏଠାରେ ସୂଚନାଯୋଗ୍ୟ ଦେବବ୍ରତଙ୍କର ପତ୍ନୀ ଥିଲେ ମଧ୍ୟ ନିଜ ଝିଅ ବୟସର ଅନ୍ୟ ଏକ ଝିଅ ସହିତ ସେ ସଂପର୍କ ରଖିଥିବା ନେଇ ଦେବାଙ୍ଗିନୀ ଅଭିଯୋଗ କରିଛନ୍ତି । ଏବଂ ଦେବବ୍ରତ ଗିରଫ ହେବା ପରେ ତାଙ୍କ ପରିବାର ପକ୍ଷରୁ ଏବେ ବିଭିନ୍ନ ଧମକ ଆସୁଥିବାରୁ ସେ ନିଜର ସୁରକ୍ଷା ପାଇଁ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.