Home Top News ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ଭାଜପା ବ୍ଲକ ସଭାପତି ଗିରଫ

ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ଭାଜପା ବ୍ଲକ ସଭାପତି ଗିରଫ

101

ମାଲକାନଗିରି, ୨୩ା୧ (ଓଡିଆ ପୁଅ ) ଜଣେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ତା ସହିତ ଦୁସ୍କର୍ମ କରିବା ଓ ଯୁବତୀ ଜଣଙ୍କ ଅନ୍ୟତ୍ର ବିବାହ ହୋଇ ଯିବାପରେ ତାନିକଟକୁ ମୋବାଇଲରେ ଅଶ୍ଲିଳ ମେସଜ ପଠାଇବା ଅଭିଯୋଗରେ ଭାଜପା ଦଳର ବ୍ଲକସଭାପତି ଙ୍କୁ ପୁଲିସ ଗରିଫକରି ଆଜି କୋର୍ଟଚାଲାଣ କରିଛି। ଏପରି ସମ୍ବେଦନଶୀଳ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଅଚଂଳରେ। କାଲିମେଳା ବ୍ଲକର ମଣ୍ଡଳ ସଭାପତି ଅବଦୂତ ଦୁର୍ଗା ପ୍ରସାଦ ଗତ କିଛି ବର୍ଷତଳେ ଜଣେ ଯୁବତୀ କୁ ବିବାହର ପ୍ରଲୋଭନ ଦେଖାଇ ତା ସହିତ ଦୁଷ୍କର୍ମ କରିଆସୁଥିଲେ। ଯୁବତୀ ଜଣଙ୍କ ବିବାହହୋଇ ଦିଲ୍ଲୀକୁ ପଳାଇ ଗଲାପରେ ମଧ୍ୟ ତାନିକଟକୁ ଅବଦୂତ ମୋବାଇଲରେ ବାରମ୍ବାର ଅଶ୍ଲିଳ ମେସଜ ପଠାଇ ଚାଲିଥିଲେ। ଯୁବତୀ ଜଣକ ଏସଂପର୍କରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିବାପରେ ଦିଲ୍ଲୀ ପୁଲିସ ମାଲକାନଗରି ଏସପିଙ୍କୁ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ଥାନା ପୁଲିସ ଭାଜପା ବ୍ଲକ ସଭାପତି ଅବଦୂତଙ୍କୁ ଶୁକ୍ରବାର ରାତ୍ରରେ ଗିରଫ କରିଛନ୍ତି। ଆଜି ତାଙ୍କର ଡାକ୍ତରି ମାଇନାପରେ ଅବଦୂତଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ଅପର ପକ୍ଷରେ ଅବଦୂତଙ୍କୁ ପୁଲିସ କୋର୍ଟଚାଲାଣ କରିବାପରେ ଆଜି ଭାଜପା ଜିଲ୍ଲାସଭାପତି ତଥା ବିଧାୟକ ଆଦିତ୍ୟ ମାଢି ବ୍ଲକ ସଭାପତି ପଦବୀରୁ ଅବଦୂତଙ୍କୁ ବହିସ୍କାର କରିଥିବାର ଏକ ପ୍ରେସ ନୋଟ ମାଧ୍ୟମରେ ଗଣମାଧ୍ୟମକୁ ଜଣାଇଛନ୍ତି। ନିତୀ ଆଦର୍ଶର ଦଳ ଭାଜପା ବ୍ଲକ ସଭାପତି ଅବଦୂତଙ୍କୁ ଦୁସ୍କର୍ମ ମାମଲାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ସମଗ୍ର ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.