Home ଜିଲ୍ଲା ପରିକ୍ରମା ବିଏମ୍‌ଏସ୍‌ର ଜିଲ୍ଲା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ବିଏମ୍‌ଏସ୍‌ର ଜିଲ୍ଲା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

34

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ, ଭଦ୍ରକ ଜିଲ୍ଲାର ବାର୍ଷିକ ସମ୍ମିଳନୀ ଆଜି ବାଲ୍ ଗୋପାଲ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ସଭାପତି ମନୋଜ କୁମାର ବସନ୍ତରାୟ ଅଧ୍ୟକ୍ଷତା କରି ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଦିଲିପ ଦାସ, ମୁଖ୍ୟବକ୍ତା ଭାବେ ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ ଏବଂ ଅଳ୍ ସଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର ଯୋଗ ଦେଇଥିଲେ । ସଭାପତିଙ୍କ ଅନୁମତି କ୍ରମେ ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ଦାସ ସଂଗଠନକୁ ଜିଲ୍ଲାରେ ଏକ ନମ୍ବର ସଂଗଠନ ଭାବେ ଗଢିତୋଳିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ତାଙ୍କର ଭାଷଣରେ ସମସ୍ତ କର୍ମୀଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସଂଗଠନ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବା ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ । ଅଙ୍ଗନୱାଡି କ୍ଷେତ୍ରରେ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗଠନର ନେତ୍ରୀମାନଙ୍କୁ ଆକ୍ରୋଶମୂଳକ ଭାବେ ଚାକିରିରୁ ଅନ୍ତର କରାଯାଉଛି । ସେମାନେ କିପରି ପୁଣି ଚାକିରିରକୁ ଫେରି ପାରିବେ ସେ ଦିଗରେ ସଂଘ ପକ୍ଷରୁ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା । ଭଦ୍ରକ ଚରମ୍ପା ଠାରେ ଥିବା ଉତ୍କଳ ଫ୍ଲୋର୍ ମିଲର ଶ୍ରମିକଙ୍କୁ ବେଆଇନ ଭାବେ ଶ୍ରମ ଆଇନ ଉଲଂଘନ କରି ଛଟେଇ କରାଯିବାଙ୍କୁ ତୀବ୍ର ବିରୋଧ କରାଯାଇଥିଲା । କମ୍ପାନୀ କିପରି ଭାବେ ପୁଣି ସେମାନଙ୍କୁ ନିଯୁକ୍ତି ଦେବ ସେ ଦିଗରେ ସଂଘ ପୂର୍ଣ୍ଣ ଭାବେ ଚେଷ୍ଟା ଜାରି ରଖିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ଅତିଥିମାନେ ସଂଗଠନକୁ ସୁଦୃଢ କରିବାକୁ ହେଲେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସଂଘର ବିଧି ଅନୁଯାୟୀ ଜିଲ୍ଲାର ପୁରାତନ କମିଟିକୁ ଭଙ୍ଗ କରାଗଲା ବୋଲି ସଭାପତି ଘୋଷଣା କରିଥିଲେ ।

ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ମନୋଜ ବସନ୍ତରାୟ ସଭାପତି, ଅମୂଲ୍ୟ ଭୋଇ, ବିଶ୍ୱନାଥ ଜେନା, ଚନ୍ଦ୍ରଶେଖର ଜେନା ଉପସଭାପତି, ମୁକ୍ତିକାନ୍ତ ସାହୁ ସମ୍ପାଦକ, ବସନ୍ତ ରାଉତ, ଅନ୍ନପୂର୍ଣ୍ଣା ବିଶ୍ୱାଳ ସହସମ୍ପାଦକ, ପରେଶନାଥ ଧଳ କୋଷାଧ୍ୟକ୍ଷ ମନୋନୀତ ହୋଇଛନ୍ତି । ପ୍ରକାଶ ପାତ୍ର, କମଳାକାନ୍ତ ସାହୁ, ସତ୍ୟବ୍ରତ ଦ୍ୱିବେଦୀ, ସଂଗୀତା ମହାନ୍ତି, ଜ୍ୟୋତିପ୍ରକାଶ ଦାସ, ତାପସ ଘଡେଇ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ସଂଗଠନର ପରାମର୍ଶଦାତା ଭାବେ ବିଜୟ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । ଆଜି ଅନୁଷ୍ଠିତ ଏହି ଜିଲ୍ଲା ସମ୍ମିଳନୀରେ ବିଏମ୍‌ଏସ୍ ସହିତ ଅନୁବନ୍ଧିତ ସଂଗଂନ ଧମାରା ବନ୍ଦର କର୍ମଚାରୀ ସଂଘ, ଭଦ୍ରକ ଜିଲ୍ଲା ନିର୍ମାଣ ମଜଦୁର ସଂଘ, ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ ମଜଦୁର ସଂଘ, ଧାମରା ପୋର୍ଟ ଇଂଜିନିୟର୍‌ସ ଆଣ୍ଡ ଏମ୍ପେ୍ଲାଇ ୟୁନିୟନ, ମା ମଙ୍ଗଳା ମୋଟିଆ ଶ୍ରମିକ ସଂଘ, ମା ଧମାରାଇ ମୋଟର ଚାଳକ ସଂଘ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ଓଡ଼ିଶା ଆଶାସାଥୀ ସଂଘ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ସନ୍ଧ୍ୟାରାଣୀ ପହି, ରବୀନ୍ଦ୍ର ଦେଓ, ଜିତୁବାବୁ ଦାସ, ବଳରାମ ନାୟକ, ଶୋଭନ ମହାନ୍ତି, ପ୍ରଫୁଲ୍ଲ ସେଠୀ, ଅଭିଷେକ ଜେନା, ଲକ୍ଷ୍ମୀପ୍ରିୟା ରାଉତଙ୍କ ସମେତ ଶତାଧିକ କର୍ମୀ, ସଦସ୍ୟ, ସଭ୍ୟସଭ୍ୟା ଯୋଗ ଦେଇଥିଲେ । ଶେଷରେ ଅମୂଲ୍ୟ ଭୋଇ ଦନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.