Home ଅନୁଗୁଳ ହାଇୱା ଚାପାରେ ନାବାଳକ ମୃତ

ହାଇୱା ଚାପାରେ ନାବାଳକ ମୃତ

84

ତାଳଚେର,୨୪/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସେଣ୍ରା୍ଟଲ କଲୋନୀ ନିକଟସ୍ଥ ଲାଲ ହଟିଂ ଠାରେ  ଏକ ହାଇୱା ଟ୍ରକ ଚାପାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାରୁ ପ୍ରକାଶ ଯେ, ଲାଲ ହଟିଂରେ ରହୁଥିବା ରବି କେରାଇଙ୍କ ୧୪ବର୍ଷୀୟ ନାବାଳକ ପୁତ୍ର ବନ୍ଧୁଦେବ କରାଇ ଏବଂ ତାର ସାଙ୍ଗ ମାନସି କେରାଇ(୯) ଉଭୟ ଘର ନିକଟ ବାଲି ଗଦା ଉପରେ ଶୋଇଥିଲେ । ତେବେ ଶନିବାର ସକାଳ ୫ଟା ବେଳେ ଉକ୍ତ ସ୍ଥାନରେ ଏକ ହାଇୱା ଟ୍ରକ(ନଂ-ଓଡି-୧୯ଡି-୪୦୫୮) ବାହାରି ବ୍ୟାକ୍ କରୁଥିବା ସମୟରେ ଉଭୟଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ବନ୍ଧୁଦେବଙ୍କର ମୃତ୍ୟୁ ଘଟିଥିଲା । ଏବଂ ମାନସି ଗୁରୁତର ଆହତ ହୋଇଥିଲେ । ମାନସିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ହାଇୱା ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ବନ୍ଧୁଦେବଙ୍କ ପିତା ରବି କେରାଇ କୋଲିୟରୀ ଥାନାରେ ଏତଲା ଦାୟର କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।ଏ ନେଇ କୋଲିୟରୀ ଥାନାରେ କେସ୍ ନଂ-୩୫୫/୨୦ରେ ପ୍ରଥମେ ମାମଲା ରୁଜୁ ହୋଇଥିବା ବେଳେ ପରବର୍ତୀ ସମୟରେ ଏହା ୨୭୯/୩୦୪(ଏ) ଆଇପିସିରେ ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ସବ୍ୟସାଚୀ ରାଉତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.