Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାରତରେ ହର୍ମିଟେଜ ସଂସ୍କୃତି ଓ ବର୍ତମାନ ସମୟରେ ଏହାର ପ୍ରାସଙ୍ଗିକତା...

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାରତରେ ହର୍ମିଟେଜ ସଂସ୍କୃତି ଓ ବର୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

70

କୋରାପୁଟ ୧୫-୦୬(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତତା ସେଲ(ଆଇକ୍ୟୁଏସି) ଆନୁକୁଲ୍ୟରେ ପ୍ରାଚୀନ ଭାରତରେ ହର୍ମିଟେଜ ସଂସ୍କୃତି ଓ ବର୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ଶୀର୍ଷକ ଏକ  ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ଋାମବ୍ରହ୍ମମ କାର୍ଯ୍ୟକ୍ରମ ନିମନ୍ତେ ଶୁଭେଛା ଜଣେଇବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତଛାତ୍ର୍ରୀମାନେ ପ୍ରାଚୀନ ସଂସ୍କୃତିର ମହାନ ପରମ୍ପରା ଓ ପ୍ରକୃତିକୁ ଭଲ ପାଇବା ଏବଂ ସୁରକ୍ଷା ଦେବା ଶିଖିବେ ବୋଲି ଆଶାବ୍ୟକ୍ତ କରିଥିଲେ ।ପ୍ରାଚୀନ ଭାରତରେ ହର୍ମିଟେଜ ସଂସ୍କୃତିର ବର୍ତମାନ ସମୟ ସହିତ ବହୁତ ପ୍ରାସଙ୍ଗିକତା ରହିଛି ବୋଲି ସଂସ୍କୃତି ବିଭାଗର ପରିଦର୍ଶକ ପ୍ରଫେସର ଆର.ଭି.କେ.ରାମକୃଷ୍ଣ ଶାସ୍ତ୍ରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।ପ୍ରକୃତି ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ,ପ୍ରାକୃତିକ ସଂପଦର ସର୍ବନିମ୍ନ ଉପଯୋଗ , ପ୍ରକୃତିର ସୁରକ୍ଷା  ଏବଂ ସାଧାରଣ ଜୀବନଶୈଳୀ ପ୍ରକୃତି ସହିତ ସନ୍ତୁଳିତ ପାରସ୍ପରିକ ସଂପର୍କ ଏହି ପ୍ରାଚୀନ ସଂସ୍କୃତିର ମୂଖ୍ୟ ବୈଷିଷ୍ଟ ଥିଲା ବୋଲି ସେ ଆଲୋକପାତ କରିଥିଲେ । ବିକାଶ ପାଇଁ ଆମେ ପ୍ରକୃତିକୁ ନଷ୍ଟ କରିବା ଉଚିତ ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ ।ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଦ୍ୟାପୀଠର ଡିନ ତଥା ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର ଶରତ କୁମାର ପାଳିତାଙ୍କ ଅଧ୍ୟକ୍ଷତାରେ ଅନଲାଇନ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା ।ଓଡିଆ ଓ ସଂସ୍କୃତ ବିଭାଗର ହେଡ-ଇନଚାର୍ଜ ଡ.ଆଲୋକ ବରାଳ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ।ଇଂରାଜୀ ବିଭାଗର ପରିଦର୍ଶକ ପ୍ରଫେସର ଇ.ରାଜା ରାଓ ଉଦଯାପନୀ ଭାଷଣ ଦେଇଥିବା ବେଳେ ପ୍ରଫେସର ପି.ଏସ.ଅବଧାନୀ,ପ୍ରଫେସର ଅକ୍ଷୟ ରାଉତ ,ପ୍ରଫେସର ଭଗବତ ପାତ୍ର ,ପ୍ରଫେସର କେ.ସି.ପ୍ରଧାନ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।ସଂସ୍କୃତ ବିଭାଗର ଅଧ୍ୟାପକ ଡ.ବିରେନ୍ଦ୍ର କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.