Home ଓଡ଼ିଶା ଯୁବକଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଯୁବକଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

521

ବାରିପଦା ୯-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମିଣ୍ଟୁ ତରେଇ ନାମକ ଜଣେ ୩୨ ବର୍ଷୀୟ ଯୁବକକୁ ଗତକାଲି ରାତିରେ ହତ୍ୟା କରାଯିବାକୁ ନେଇ ଆଜି ରାଜରାସ୍ତାକୁ ଓଲ୍ହାଇଛନ୍ତି ଗ୍ରାମବାସୀ। ଉତ୍ୟକ୍ତ ଗ୍ରାମବାସୀ ବାରିପଦା – ଅମରଦା ମୁଖ୍ୟ ରାସ୍ତାର ମୁସାମାରୀ ଛକ ଠାରେ ମୃତ ଶରୀରକୁ ରଖି ରାସ୍ତାକୁ ଅବରୋଧ କରି ବସିଛନ୍ତି। ସୂଚନା ମୁତାବକ ରାମଚନ୍ଦ୍ରପୁର ଗ୍ରାମରେ ଏକ ବାଲି ଖାଦାନ ବେଆଇନ ଭାବେ ଚାଲୁଥିବାକୁ ନେଇ ଏହି ଗ୍ରାମବାସୀ ଦୀର୍ଘଦିନ ହେବ ବିରୋଧ କରୁଥିଲେ। ଗତକାଲି ଯୁବକଙ୍କ ମୃତୁକୁ ନେଇ ବାଲି ମାଫିଆମାନେ JCB ରେ ଜାକି ହତ୍ୟା କରାଯାଇଥିବାର ସନ୍ଦେହ କରିଛନ୍ତି ଗ୍ରାମବାସୀ। ତେବେ ମୃତ ଯୁବକ ଜଣକ ପୂର୍ବରୁ CRPF ରେ କାର୍ଯ୍ୟ କରୁଥିବାର ସୂଚନା ମିଳୁଛି। ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.