Home ଜିଲ୍ଲା ପରିକ୍ରମା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

62

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ଥାନା ଅଧିନ ବାଙ୍ଗରପଦି ଗ୍ରାମର ଜନୈକ ଯୁବକ ଗଛଡ଼ାଳରେ ରଶିଦେଇ ଆତ୍ମହତ୍ୟା କରିଛନ୍ତି । ଗତକାଲି ରାତ୍ରୀ ରାତ୍ରି ସମୟରେ ଗ୍ରାମର ଜନୈକ ବ୍ୟକ୍ତିି ଗଛରେ ଜଣେ ଝୁଲୁ ଥିବାର ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାତ୍ରୀରେ ଝୁଲନ୍ତା ଶବକୁ ଜଗି ରହିଥିଲା । ଆଜି ସକାଳ ସମୟରେ ଗ୍ରାମଲୋକଙ୍କ ଉପସ୍ଥିତିରେ ପୁଲିସି ଶବକୁ ଗଛରୁ ଓହ୍ଲାଇ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଛି । ମୃତ ଯୁବକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବଳରାମ ଖଟୁଆଙ୍କ ପୁଅ ଦଶରଥ ଖଟୁଆ(୨୨) ବୋଲି ଜଣା ପଡ଼ିଛି । ମୃତ ଦଶରଥ ଜଣେ ଟ୍ରାକ୍ଟର ଡ଼୍ରାଇଭର ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି । ତେବେ ତାଙ୍କୁ କେହି ମାରିଦେଇ ଟାଙ୍ଗି ଦେଇଛି ବୋଲି ଗ୍ରାମରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଏସଆଇ ପ୍ରସାଦ ଜେନା ଏକ ଅପମୃତ୍ୟୁ ମାମଲା ରୁଜ୍‌ୁକରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.