Home ଜିଲ୍ଲା ପରିକ୍ରମା ଚାଷୀମୂଲିଆ ସଂଘର ତହସିଲ ସମ୍ମୁଖରେ ବିକ୍ଷୋଭ, ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଯୋଗାଣ ଦାବି

ଚାଷୀମୂଲିଆ ସଂଘର ତହସିଲ ସମ୍ମୁଖରେ ବିକ୍ଷୋଭ, ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଯୋଗାଣ ଦାବି

31

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅଞ୍ଚଳର ଭୂମିହୀନ ଆଦିବାସୀ ଓ ଦଳିତ ପରିବାରକୁ ଘରଡିହ ପଟ୍ଟା ଯୋଗାଣ ସହ ରାସ୍ତା, ଶୌଚାଳୟ, ବିଜୁଳି, ଜାତିଗତ ପ୍ରମାଣପତ୍ର ଯୋଗାଣ ଦାବିରେ ଚାଷୀ ମୂଲିଆ ସଂଘ ପକ୍ଷରୁ ଭଣ୍ଡାରିପୋଖରୀ ତହସିଲ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚାଷୀ ମୂଲିଆ ଜିଳ୍ଲା ସମ୍ପାଦକ ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ ସମ୍ପାଦକ ରତ୍ନାକର ବେହେରା, ଶ୍ରୀମତୀ ବେହେରା, ସୁରେନ୍ଦ୍ର ତିରିଆ, ରାଜୁ ତିରିଆ, ସୁକଲ ମୁଣ୍ଡା, ବୁଦ୍ଧିଆ ତିରିଆ, କାସେକ ସୋରେନ, ତୁଳସୀ ଜେନା, ଜବା ନାୟକ, ତରଣୀସେନ ଜେନା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ତହସିଲଦାର ସରୋଜ ନାୟକ ପ୍ରତ୍ୟେକ ଭୂମିହୀନ ପରିବାରକୁ ଚିହ୍ନଟ କରାଯାଇ ଘରଡିହ ପଟ୍ଟା ସହ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.