Home କେନ୍ଦୁଝର ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

75

ହାଟଡିହି- ୯ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଭାତକରୁଆ ଗ୍ରାମର ଜଣେ ଯୁବକ ଆଜି ବେକରେ ରଶିଦେଇ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ସକାଳେ ୬ଟାରୁ ୭ଟା ଭିତରେ ଗ୍ରାମର ଗୋପାଳ ଚନ୍ଦ୍ର ସ୍ୱାଇଁଙ୍କ ପୁଅ ପ୍ରମୋଦ ସ୍ୱାଇଁ (୩୦) ଘରେ ଶୋଇଥିବା ସମୟରେ ତାଙ୍କ ସ୍ତ୍ରୀ ଗାଧୋଇବାକୁ ଯାଇଥିଲେ । ଏହି ସମୟ ଭିତରେ ପ୍ରମୋଦ ବେକରେ ରଶି ଲଗାଇ ଶୋଇବା ଘର ଭିତରେ ଆତ୍ମହତ୍ୟା କରିଦେଇଥିଲା । ସ୍ତ୍ରୀ ଗାଧୋଇ ସାରି ଫେରିବା ପରେ ଏହାଦେଖି ପାଟିକରିବାରୁ ପରିବାର ଲୋକେ ପହଞ୍ଚି ତୁରନ୍ତ ପ୍ରମୋଦକୁ ତଳକୁ ଓହ୍ଲାଇ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.