Home କେନ୍ଦୁଝର ପୁର୍ବ ଶତୃତାକୁ ନେଇ ସଂଘର୍ଷ, ଦୁଇ ଆହତ

ପୁର୍ବ ଶତୃତାକୁ ନେଇ ସଂଘର୍ଷ, ଦୁଇ ଆହତ

97

ହାଟଡିହି- ୯ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ତେମଳା ଗ୍ରାମରେ ପୁର୍ବ ଶତୃତାକୁ ନେଇ ସଂଘର୍ଷ ଘଟି ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଚନ୍ଦ୍ରଶେଖର ଜେନା ଓ ଯୁଦ୍ଧିଷ୍ଠିର ବେହେରାଙ୍କ ପରିବାର ମଧ୍ୟରେ ଗତ କିଛିଦିନ ହେଲା ବିବାଦ ଲାଗି ରହିଛି । ଆଜି ଚନ୍ଦ୍ରଶେଖର ଜେନାର ଭାଇ ରମେଶ ଜେନା ଓ ତାଙ୍କ ପୁତୁରା ଚିତ୍ତରଞ୍ଜନ ଜେନା ଉଭୟ ନିଜ ବାରଣ୍ଡାର ବସି କଥାବାର୍ତ୍ତା ହେଉଥିବାବେଳେ ଯୁଦ୍ଧିଷ୍ଠିର ବେହେରାଙ୍କ ଜଣେ ସମ୍ପର୍କୀୟ ସେହିବାଟ ଦେଇ ଯାଉଥିଲା । କିଛି ସମୟ ମଧ୍ୟରେ ହଠାତ ଯୁଦ୍ଧିଷ୍ଠିର ବେହେରାଙ୍କ ପରିବାର ଲୋକେ ଅତର୍କିତ ଭାବେ ରମେଶ ଓ ଚିତ୍ତରଞ୍ଜନଙ୍କ ଉପରକୁ ଟେକାପଥର ସାହାଯ୍ୟରେ ଆକ୍ରମଣ କରିଥିଲେ । ଟେକାପଥର ମାଡରେ ରମେଶ ଓ ଚିତ୍ତରଞ୍ଜନ ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.