Home କେନ୍ଦୁଝର ମାନିଲେନି କଟକଣା, ପ୍ରଶାସନ ନାକେଦମ

ମାନିଲେନି କଟକଣା, ପ୍ରଶାସନ ନାକେଦମ

63

ହାଟଡିହି- ୯ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ଆସନ୍ତା କାଲି ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଟ କଟକଣାକୁ ଭୁଲିଯାଇଛନ୍ତି । ରାତି ୪ଟା ଠାରୁ ବିଭିନ୍ନ ଛକ ବଜାର ମାନଙ୍କରେ ଥିବା ଫଳ ଦୋକାନ, ମିଠା ଦୋକାନ ଓ ଲୁଗା ଦୋକାନ ଗୁଡିକରେ ଗହଳି ଆରମ୍ଭ ହୋଇଯାିଥିଲା । ପ୍ରଶାସନ ପକ୍ଷରୁ ଦିନ ୧୧ଟା ଯାଏ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲଯିବାର ନିୟମ କରିଥିବାରୁ ଏହାକୁ ଆଳକରି ଆଜି ଛେନାପଦି, ଚୋରଗଡିଆ, ଅଣାଛକ, ମରୈଗାଁ, ବସନ୍ତିଆ, ଶାଳଣିଆଁ, ଢ଼େଙ୍କା, ବିଦ୍ୟାଧରପୁର, ବରାଙ୍ଗ, ରମ୍ପାସ ଆଦି ଛକ ବଜାର ମାନଙ୍କରେ ଅଧିକାଶଂ ଦୋକାନ ଖୋଲା ରହିଥିଲା । ଗୋଟିଏ ଗୋଟିଏ ଫଳ ଦୋକାନ ଆଗରେ ଶହଶହ ଲୋକ ରୁଣ୍ଡିଭୁତ ହୋଇ ସାବିତ୍ରୀ ଓଷା ପାଇଁ ଫଳ କିଣୁଥିବା ଦେଖାଯାଇଥିଲା । ଯଦି ପ୍ରଶାସନ ପକ୍ଷରୁ କୌଣସି ସ୍ୱତନ୍ତ୍ର ପଦକ୍ଷେପ ନିଆନଯାଏ ତେବେ ପରିସ୍ଥିତି ଅଣାୟତ ହୋଇ ପଡିବାର ଆଶଙ୍କା ଦେଖାଦେଇଛି । ଛେନାପଦିଛକ, ଅଣା, ହାଟଡିହି ପ୍ରଭୃତି ସ୍ଥାନରେ ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନଥିବାବେଳେ କେବଳ ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଦୁଇଜଣ ପୁଲିସ ଫୋର୍ସଙ୍କୁ ଧରି ଲୋକଙ୍କୁ ଘଉଡାଇବା ସହ ଦୋକାନ ବଜାର ବନ୍ଦ କରାଉଥିଲେ । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଲୋକମାନେ ଲୁଚି ଯାଉଥିବାବେଳେ ସେ ପଳାଇଯିବାପରେ ପୁଣି ଯେପରି ଗହଳି ଥିଲା ସେପରି ଗହଳି ଲାଗି ଯାଉଥିଲା । ସେହିପରି ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଶହଶହ ଗ୍ରାହକଙ୍କ ଭିଡ ମଧ୍ୟ ଜମିଥିବାଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୧ହଜାର ପାଞ୍ଚଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.