Home ଜିଲ୍ଲା ପରିକ୍ରମା ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୁରୁତରଙ୍କୁ ଭେଟିଲା ପୁଲିସ, ସରପଂଚଙ୍କ ସ୍ୱାମୀ ଗିରଫ

ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୁରୁତରଙ୍କୁ ଭେଟିଲା ପୁଲିସ, ସରପଂଚଙ୍କ ସ୍ୱାମୀ ଗିରଫ

52

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମହୁରା ଗ୍ରାମର ରଂଜନ କୁମାର ସାହୁ(୨୮)ଙ୍କୁ ସେହି ଗ୍ରାମର ବାବାଜୀ ଜେନାଙ୍କ ବଡ଼ପୁଅ ସମ୍ବିତ ସ୍ୱାଗତ ଜେନା (୪୩) ଓ ତାଙ୍କ ଦୁଇଭାଇ ସୁଦିପ୍ତ ଜେନା (୩୮), ସନ୍ଦିପ୍ତ ଜେନା(୪୦) ଏବଂ ସ୍ୱର୍ଗତଃ ଯୁଧିଷ୍ଠିର ଦୀକ୍ଷିତଙ୍କ ପୁତ୍ର ଲକ୍ଷ୍ମଣ (୪୦) ଶାବଳ ଓ ରଡ଼ ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ । ଚଳିତ ମାସ ୧୫ତାରିଖ ରାତି ୧୦ଟା ବେଳେ ଲକ୍ଷ୍ମୀଧର ସାହୁଙ୍କ ପୁଅ ରଂଜନ ରେସନ ସାମଗ୍ରୀ ଆଣିବାକୁ ଦୋକାନକୁ ଯାଉଥିବାବେଳେ ଗାଡ଼ିର ଲାଇଟ ପଡ଼ିବାକୁ ନେଇ ପାଟି ତୁଣ୍ଡ ହୋଇଥିଲା । ଉପର ବର୍ଣ୍ଣିତ ୪ଜଣ ବ୍ୟକ୍ତି କୁଭାଷାରେ ଗାଳିଗୁଲଜ ସହ ଜୀବନରୁ ମାରିଦେବା ଉଦ୍ଦେଶ୍ୟ ରଖି ରଂଜନକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାରେ କ୍ଷତାକ୍ତ ହୋଇଥିବା ରଂଜନକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡ଼ାକ୍ତର ଖାନା ଓ ପରେ ମସ୍ତିସ୍କରେ ବ୍ୟୟବହୁଳ ଅପରେସନ ପାଇଁ ଆପୋଲ ହସ୍ପିଟାଲ ଭୁବନେଶ୍ୱରେ ଭର୍ତ୍ତି କରାଯାଇଛି । ଏ ଘଟଣାରେ ରଂଜନଙ୍କ ମା’ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କ ଠାରୁ ଲିଖିତ ଅଭିଯୋଗ ପାଇ ଧାମନଗର ପୁଲିସ ୧୬ତାରିଖରେ କେସ ନଂ ୨୮୪/୨୧ ଦଫା ୩୪୧, ୨୯୪, ୩୨୩, ୩୨୪,୫୦୬, ୩୪ଆଇପିସି ଧାରାରେ କେସ ରୁଜୁ କରିଥିଲେ । ପରବର୍ତ୍ତି ସମୟରେ ଚିକିତ୍ସିତ ହେଉଥିବା ରଂଜନଙ୍କ ଅବସ୍ଥା ଗୁରୁତର ତଥା ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜାଣି ଧାମନଗର ପୁଲିସ ଭୁବନେଶ୍ୱର ଆପୋଲ ହସ୍ପିଟାଲ ଯାଇ ଘଟଣାର ସତ୍ୟତା ଓ ବର୍ବରତା ସମ୍ପର୍କରେ ଉପଲବ୍ଧି କରି ଗତ ୨୦ତାରିଖରେ ଏହି କେସରେ ୩୦୭ ଓ ୩୨୬ଦଫା ଯୋଡ଼ିଥିବା ଜଣାଯାଇଛି । ପୁଲିସର ତତ୍ପରତା ପରେ ଗତ ୨୫ତାରିଖ ରାତିରେ ଘଟଣାର ମୁଖ୍ୟ ଆସାମୀ ନିର୍ଗୁଣ୍ଡି ପଂଚାୟତ ସରପଂଚ ନମିତା ପାତ୍ରଙ୍କ ସ୍ୱାମୀ ସମ୍ବିତ ସ୍ୱାଗତ ଜେନାଙ୍କୁ ଭଦ୍ରକର ବନ୍ତଛକ ଅଂଚଳରୁ ଗିରଫ କରିଥିବା ଜଣାଯାଇଛି । ଦୀର୍ଘ ୧୫ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ରଂଜନଙ୍କ ଆକ୍ରମଣ ଘଟଣାର ସମ୍ପୃକ୍ତ ଥିବା ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.