Home ଜିଲ୍ଲା ପରିକ୍ରମା ବେକରେ ରଶି ଲଗାଇ ଯୁବକର ଆତ୍ମହତ୍ୟା

ବେକରେ ରଶି ଲଗାଇ ଯୁବକର ଆତ୍ମହତ୍ୟା

124

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ପଂଚାୟତର କଲ୍ୟାଣୀନଗରୀ ଗ୍ରାମର ବିଜୟ ଦତ୍ତଙ୍କ ପୁଅ ପରମାନନ୍ଦ (୩୨) ଆଜି ନିଜ ବେକରେ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରକାଶ ଥାଉକି ଧାମନଗର ଅଂଚଳର ୪ନଂ କେନାଲ ରାସ୍ତାର ଆଳୁବାଡ଼ି ନିକଟରେ ଏକ ଓସସ୍ତ ଗଛରେ ପରମାନନ୍ଦ ରଶିଲଗାଇ ଆତ୍ମହତ୍ୟା କରିଥିଲେ । ଗ୍ରାମର କେତେକ ଲୋକ ପରମାନନ୍ଦର ଝୁଲନ୍ତା ଶବ ଦେଖି ଧାମନଗର ପୁଲିସକୁ ଖବରଦେଇଥିଲେ । ଖବରପାଇ ଧାମନଗର ଥାନାର ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛନ୍ତି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ତେବେ ଘରୋଇ କଳିରୁ ପରମାନନ୍ଦ ଆତ୍ମହତ୍ୟା କରିଥିବାର ଶୁଣିବାକୁ ମିଳୁଛି । ପୁଲିସର ଅଧିକ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇପାରିବ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.