Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପାଇ ଆମରଣ ଅନଶନରେ ବସିଲେ ହିତାଧିକାରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପାଇ ଆମରଣ ଅନଶନରେ ବସିଲେ ହିତାଧିକାରୀ

49

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ ଜନକଲ୍ୟାଣକାରୀ ଆବାସ ଯୋଜନା ରହିଥିଲେ ମଧ୍ୟ ସେଥିରୁ ଅକ୍ଷୟ ସେଠୀ ବଂଚିତ ହୋଇ ଶେଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଆମରଣ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଜିଲାର ବନ୍ତ ଥାନା ଅଧୀନସ୍ଥ ଟିଲୋ-ଦେବତାଗଡିଆର ସ୍ୱର୍ଗତଃ ପୁରୁଷୋତ୍ତମ ସେଠୀଙ୍କ ପୁତ୍ର ଅକ୍ଷୟ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମ ସେଥିରୁ ବାଦ୍ କରାଯାଇଛି । ଏବଂ ଅକ୍ଷୟ ଏହି ଘଟଣା ବିଷୟରେ ପୂର୍ବରୁ ଉଚ୍ଚ ପଦାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନମିଳିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ, ଟିଲୋ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଓ ଦେବତାଗଡିଆ ଗ୍ରାମର ୨୦୧୮-୧୯ ଓ ୨୦୨୦-୨୧ ବର୍ଷରେ କେତେଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି, ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉ ବୋଲି ସେ ୩ ଦଫା ଦାବି ସମ୍ବଳିତ ଅଭିଯୋଗ ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏବଂ ଉପରୋକ୍ତ ଦାବିଗୁଡିକ ପୂରଣ ନହେଲା ପର୍ଯ୍ୟନ୍ତ ସେ ଆମରଣ ଅନଶନ ଭଙ୍ଗ କରିବେ ନାହିଁ ବୋଲି କହିଛନ୍ତି । ଶେଷରେ ଜିଲାପାଳ ତ୍ରିଲୋଚନ ମାଝୀ ଘଟଣାସ୍ଥଳରେ ପହଞ୍ôଚ ଉପରୋକ୍ତ ଘଟଣାର ତଦନ୍ତ ହେବାର ପ୍ରତିଶ୍ରୁତି ଦେବା ପରେ ଅକ୍ଷୟ ଆମରଣ ଅନଶନ ଭଙ୍ଗ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.