Home ଓଡ଼ିଶା ଯୁଗଳ ମିଶ୍ର ରଣପୁର ତହସିଲଦାର ଭାବେ ଯୋଗ ଦେଲେ

ଯୁଗଳ ମିଶ୍ର ରଣପୁର ତହସିଲଦାର ଭାବେ ଯୋଗ ଦେଲେ

40

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୧୦-  ନୟାଗଡ ଜିଲ୍ଲା ରଣପୁର ରେ ନୂତନ ତହସିଲଦାର ଭାବେ ଅକ୍ଟୋବର ୨୫ ତାରିଖ ଅପରାହ୍ନ ରେ ଯୁଗଳ ମିଶ୍ର  ଯୋଗ ଦେଇଥିବା ଜଣାପଡିଛି । ଯୁଗଳ ମିଶ୍ର ୨୦୧୪ ମସିହା ରେ  ଓଡିଶା ରାଜସ୍ୱ ସେବା ପରୀକ୍ଷା ରେ ଉତିନ୍ନ ହୋଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ  ଅତିରିକ୍ତ ତହସିଲଦାର , ରଣପୁର ସବ୍ ରେଜିଷ୍ଟ୍ରାର , ନୟାଗଡ ଜିଲ୍ଲା ରେଜିଷ୍ଟ୍ରାର , ଫୁଲବାଣୀ ଡେପୁଟି କଲେକ୍ଟର , ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ତହସିଲଦାର , ନୟାଗଡ ର ଉପ ଜିଲ୍ଲାପାଳ ଅଫିସ ରେ କାର୍ଯ୍ୟ ସହ ନୟାଗଡ ତହସିଲଦାର ଭାବେ  ନିଯୁକ୍ତି ପାଇଥିଲେ ।

ବର୍ତ୍ତମାନ ରଣପୁର ତହସିଲଦାର ଭାବେ ଯୋଗଦାନ କରିଥିବାରୁ ଆଇନଜିବୀ  ଓ ଜନସାଧାରଣ ଙ୍କ ତରଫରୁ ଶ୍ରୀ ମିଶ୍ର ଙ୍କୁ ସ୍ୱାଗତ କରାଯାଇଛି । ପୁର୍ବରୁ ଥିବା ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କୁ  ନୟାଗଡ ଜିଲ୍ଲା କାର୍ଯ୍ୟାଳୟ କୁ ବଦଳି କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.