Home ଓଡ଼ିଶା ବେଆଇନ୍ ବ୍ଲାଷ୍ଟିଙ୍ଗ୍ ଓ କ୍ରସର ଯୋଗୁଁ ରାଜସ୍ୱ ହାନୀ ସହ ବିପଦ ରେ ଜଙ୍ଗଲ ଜନ୍ତୁ

ବେଆଇନ୍ ବ୍ଲାଷ୍ଟିଙ୍ଗ୍ ଓ କ୍ରସର ଯୋଗୁଁ ରାଜସ୍ୱ ହାନୀ ସହ ବିପଦ ରେ ଜଙ୍ଗଲ ଜନ୍ତୁ

32

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୧୦- ରାଜ୍ୟ ରେ ବନ ବିଭାଗ ଓ ରାଜସ୍ୱ ବିଭାଗ ଜଙ୍ଗଲ ର ସୁରକ୍ଷା ଯୋଗୁଁ ବନ୍ୟଜନ୍ତୁ ବଢିବାରେ ଲାଗିଛନ୍ତି । ମିରିଗ , ସମ୍ବର , କୁଟୁରା ସାଙ୍ଗ କୁ ଜାତୀୟ ପକ୍ଷୀ ମୟୁର ଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ କିଛି ମାଫିଆ ଜଙ୍ଗଲ ରେ ବେଆଇନ୍ ପଥର ବିସ୍ଫୋଟକ ଦ୍ୱାରା ଭାଙ୍ଗି ବେଆଇନ୍ କ୍ରସର ନିର୍ମାଣ କରିଛନ୍ତି । ବିସ୍ଫୋଟକ ର ଶବ୍ଦ ରେ ଜଙ୍ଗଲ ଜନ୍ତୁ ଓ ଜାତୀୟ ପକ୍ଷୀ ମୟୁର ଜଙ୍ଗଲ ଛାଡି ଗ୍ରାମାଂଚଳ କୁ ପଳାଇ ଆସୁଛନ୍ତି । ଯାହାଫଳ ରେ ମାଂସ ଲୋଭି ଶିକାରୀ ମାନଙ୍କ ଦ୍ୱାରା ଶୀକାର ହେଉଛନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ତହସିଲ ଦର୍ପନାରାୟଣପୁର ରାଜସ୍ୱ କାର୍ଯ୍ୟାଳୟ ର ଦଶୀପୋଖରୀ ମୈାଜା ରେ । ଦଶୀପୋଖରୀ ମୈାଜା ର ରାଜସ୍ୱ ଜଙ୍ଗଲ ଓ ଗୋଡିପଡା ବନପାଳ ଙ୍କ ଜଙ୍ଗଲ ଅଂଚଳ ପ୍ରାୟ ଲଗାଲଗି ହୋଇ ରହିଅଛି । ଏହି ଦଶୀପୋଖରୀ ମୈାଜା ରେ ଜନୈକ ବ୍ୟକ୍ତି ବେଆଇନ୍ ଭାବେ ବିସ୍ଫୋଟକ ଦ୍ୱାରା ପଥର ଫୁାଟାଇ ନିକଟ ରେ ଥିବା ବେଆଇନ୍ କ୍ରସର କୁ ବୋହି ନେଉଛନ୍ତି । ଯାହାଫଳ ରେ ଜଙ୍ଗଲ ଜନ୍ତୁ ବେସାହାରା ହେବା ସହ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ।  ଏ ସର୍ମ୍ପକେ ଦର୍ପନାରାୟଣପୁର ରାଜସ୍ୱ ଅଧିକାରୀ ପଞ୍ଚାନନ ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ବିଶ୍ୱଭୁଷଣ ହରିଚନ୍ଦନ ଓରଫ୍ ବାପି ନାମକ ଜଣେ ବ୍ୟକ୍ତି । ବେଆଇନ୍ ଭାବେ ପଥର ଫୁଟାଇ ବେଆଇନ୍ କ୍ରସର କୁ ବୋହୁଛନ୍ତି । ଏ ସର୍ମ୍ପକେ ଆମ୍ଭେ ୩ ଥର ରଣପୁର ତହସିଲଦାର ଙ୍କୁ ଜଣାଇ ସାରିଲୁଣି ।

ଗତ ଅକ୍ଟୋବର ୨୪ ତାରିଖ ରେ ପଥର ଭାଙ୍ଗୁଥିବା ଅବସ୍ଥା ରେ ଯାଇ ବନ୍ଦ କରିଥିଲୁ । ଅଭିଯୁକ୍ତ ବିଶ୍ୱଭୂଷଣ ଆମ୍ଭ ଙ୍କୁ ନାଲି ଆଖି ଦେଖାଇ ଭୟଭିତ କରାଇ କହିଲା ଯେ ମୁଁ ଏ ଠାରୁ ପଥର ନେବୀ ।  ଯେହେତୁ ପଥର ଫୁଟାଇବା ପାଇଁ ସରକାର ଙ୍କୁ ୩୦ ହଜାର ଟଙ୍କା ଜୋରିମାନା ଦେଇଛି । ତେଣୁ ଏ ସର୍ମ୍ପକେ ଆମ୍ଭେ ରଣପୁର ତହସିଲଦାର ଙ୍କୁ ଲିଖିତ ଭାବେ ଜଣାଇ ଅଛୁ । ଏ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ରଣପୁର ତହସିଲଦାର ଙ୍କୁ କହୁଛି ବେଆଇନ ଭାବେ ପଥର ନେଉଥିବା ଯୋଗୁଁ ଜୋରିମାନା କରାଯିବ  ଓ ବେଆଇନ୍ କ୍ରସର କୁ  ପୋଲିସ ଦ୍ୱାରା ଭଙ୍ଗାଯିବ । ବନ୍ୟଜନ୍ତୁ  ବେସାହାରା ସର୍ମ୍ପକେ ଗୋଡିପଡା ବନପାଳ ସୁର୍ଯ୍ୟକାନ୍ତ ମହାରଣା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବନ ବିଭାଗ ଓ ରାଜସ୍ୱ  ବିଭାଗ ମିଳିତ ତନଖି ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ବିଶ୍ୱଭୁଷଣ ହରିଚନ୍ଦନ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ୩୦ ହଜାର ଟଙ୍କା ଜୋରିମାନା ଦେଇଛି ତେଣୁ ଫୁଟାଇଥିବା ପଥର ମୁଁ ଆଣିବି ଓ ମୋ କ୍ରସର ଆଇନ ସମ୍ମତ । ଏ ଭଳି ପରିସ୍ଥିତି ରେ  ରଣପୁର ତହସିଲଦାର ଫୋନ ନ ଉଠାଇ ଚୁପଚାପ୍ ରହିବା କାର୍ଯ୍ୟାନୁଷ୍ଠାନ ନ କରିବା ଯୋଗୁଁ ତାଙ୍କ କାର୍ଯ୍ୟ ଧାର ପ୍ରତି ଜନ ସାଧାରଣ ଅଙ୍ଗୁଳି ନିର୍ଦେଶ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.