Home ଓଡ଼ିଶା ମୁକୁଳା ଟ୍ରାନ୍ସର୍ଫମର ଯୋଗୁଁ ବିପଦ ରେ ଜନ ଜୀବନ

ମୁକୁଳା ଟ୍ରାନ୍ସର୍ଫମର ଯୋଗୁଁ ବିପଦ ରେ ଜନ ଜୀବନ

80

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୧୦-  ରାଜ୍ୟ ରେ ବିଦ୍ୟୁତ୍ ବିଭାଗ ଗାଁ ଗାଁ ରେ  ବିଦ୍ୟୁତ୍ ସୁଷମ ବଣ୍ଟନ ପାଇଁ ଟ୍ରନ୍ସର୍ଫମର ବସାଇଛନ୍ତି । ଟ୍ରନ୍ସର୍ଫମର  ଚାରିପଟେ ତାର ବାଡ ବୁଲାଇ ବିପଦ ସୂଚନା ଲେଖି ଧନ ଜୀବନ ରକ୍ଷା ପାଇଁ ସତର୍କ ସୂଚନା ଦେଇଥାନ୍ତି । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଡମସାହି ଗ୍ରାମପଞ୍ଚାୟତ ଓ ରଙ୍କଦେଉଳି ଗ୍ରାମ ପଞ୍ଚାୟତ ର  କିଛି ଗ୍ରାମ କୁ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ଶରଣକୁଳ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ କରୁଅଛି ।  ବିଦ୍ୟୁତ୍ ଟ୍ରାନ୍ସର୍ଫମର  ଡମସାହି ଗ୍ରାମପଞ୍ଚାୟତ  ଲଡୁକେଶର ପ୍ରସାଦ ଗାଁ ପୋଖରୀ ତୁଠ ହୁଡା ନିକଟରେ ରହିଅଛି ।

ଯାହାର କି ତାରବାଡ ଓ ସୂଚନା ଫଳକ ନାହିଛ  ପ୍ରତିଦିନ ଗ୍ରାମବାସୀ ମାଙ୍କ ସହ ବଳଦ , ଗାଈ, ମେଣ୍ଢା , ଛେଳି ଏହି ରାସ୍ତା ଦେଇ ବିପଦ ଶଙ୍କୁଳ ଅବସ୍ଥା ରେ ଯାତାୟତ କରିଥାନ୍ତି ।  କେତେବେଳେ ଗୃହପାଳିତ ପଶୁ ତ ଆଉ କେତେବେଳେ ମଣିଷ  ଛୋଟପିଲା  ବିଦ୍ୟୁତ୍ ଆଘାତ ପାଇଥାନ୍ତି ।  ଏ ସର୍ମ୍ପକେ ନୟାଗଡ ବିଦ୍ୟୁତ୍ କାର୍ଯ୍ୟନିର୍ବାହୀ  ପରିଚାଳକ ସନ୍ତୋଷ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମୁଁ ଏବେ ନୂଆ କରି କାର୍ଯ୍ୟଭାର ଗ୍ରହଣ କରିଛି ।  ଦେଖୁଛି କିପରି ଟ୍ରାନ୍ସର୍ଫମର କୁ  ଆବଦ୍ଧ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.