Home ଜିଲ୍ଲା ପରିକ୍ରମା ଯାତ୍ରୀବାହୀ ବସ୍ ଆମ୍ବୁଲାନ୍ସ ମୁହାମୁହିଁ ଧକ୍କା

ଯାତ୍ରୀବାହୀ ବସ୍ ଆମ୍ବୁଲାନ୍ସ ମୁହାମୁହିଁ ଧକ୍କା

13

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନରେ କ୍ରିଷ୍ଣା ନାମକ ଏକ ଘରୋଇ ଯାତ୍ରିବାହୀ ବସ୍ ୨ଘଟିକା ୧୫ ମିନିଟ୍ ରେ ଭଦ୍ରକର ବନ୍ତ ଛକରୁ ଯାତ୍ରୀଙ୍କୁ ନେଇ ଆଗରପଡ଼ା ଅଭିମୁଖେ ଆସୁଥୁଲା । ଠିକ୍ ଏହାର ୧୫ମିନିଟ୍ ପରେ ବରପଦା ନିକଟସ୍ଥ ଅରଞ୍ଜି ଠାରେ ଉକ୍ତ ବସ୍ କୁ ସମ୍ମୁଖ ପଟୁ ଦୃତ ଗତିରେ ଆସି ଓଡି ୨୨ ପି ୫୧୧୫ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସଟି ମୁହାମୁହି ଧକ୍କା ଦେଇଥିଲା । ଫଳରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ । କିଛି ଯାତ୍ରୀ ପାଣିରେ ପଡ଼ି ଚିତ୍କାର କରୁଥିବା ବେଳେ ଗୁରୁତର ୪ଜଣଙ୍କ ମଥା ଓ ହାତରେ ଗଭୀର ଆଘାତ ଲାଗିଛି । ଆହତଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ନିକଟସ୍ଥ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ,ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର କହିଛନ୍ତି । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ବସ୍‌ଟିର ସମ୍ମୁଖ ଭାଗ ବ୍ୟାପକ କ୍ଷତି ଘଟିଛି ।

ଆମ୍ବୁଲାନ୍ସଟି ନିକଟସ୍ଥ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ବେଳେ କାଣ୍ଡବା ଗ୍ରାମର ଚାଳକ ବିଦ୍ୟାଧର ଜେନା ଏହାକୁ ଚଲାଉ ଥିଲେ । ସେ ନିଜର କାର୍ଯ୍ୟ ସାରି ଆମ୍ବୁଲାନ୍ସ ରଖିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଆଗରପଡ଼ାରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା । ବନ୍ତ ବିଡିଓ ପ୍ରଦିପ କୁମାର ସେଠୀ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ୍ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା । ସନ୍ଧ୍ୟାରେ କ୍ରେନ୍ ଯୋଗେ ଦୁର୍ଘଟଣା ଗ୍ରସ୍ତ ବସ୍‌କୁ ଉଠାଯିବା ପରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ପ୍ରକାଶ ଯେ ବରପଦାରୁ ଆଗରପଡ଼ା ୧୪କି.ମି ପୁର୍ତ୍ତବିଭାଗ ରାସ୍ତାଟି ଦିର୍ଘ ବର୍ଷ ହେବ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏବେ କିଛି ସ୍ଥାନରେ ତାଳିପକା କାର୍ଯ୍ୟ ଚାଲିଛି । ରାସ୍ତାର ଏହି ଦୁରାବସ୍ତା ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଘଟଣାର ଖବର ପାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ଆହତଙ୍କ ଚିକିତ୍ସା ସଂପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରି ସୁବନ୍ଦୋବସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.