Home ଜିଲ୍ଲା ପରିକ୍ରମା ବୋଡ଼କ ମହାଜୀବିରେ ମୁନୀ ସମାଜର ସତ୍‌ସଂଘ

ବୋଡ଼କ ମହାଜୀବିରେ ମୁନୀ ସମାଜର ସତ୍‌ସଂଘ

15

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡ଼କ ମହାଜୀବି ଠାରେ ଆଜି ମୁନୀ ସମାଜର ସତ୍‌ସଂଘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦ୍ ଗୁରୁଦେବ ଶିବ ମୁନୀଜୀ ଙ୍କ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ଶତାଧିକ ମୁନୀ ଓ ମୁନୀମତି ମାନେ ଯୋଗ ଦାନ କରିଥିଲେ । ପ୍ରାରମ୍ଭରେ ଆୟୋଜିତ ସତ୍‌ସଂଘ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ଅଧ୍ୟକ୍ଷ ଯୋଗୀ ଦଶରଥ ମୁନୀ ସତ୍ୟ ପତାକା ଉତ୍ତଳନ କରି କହିଲେ,ଜ୍ଞାନରେ ହିଁ ଶକ୍ତି ଅଛି,ଆତ୍ମ ଜ୍ଞାନହିଁ ସର୍ବଶ୍ରେଷ୍ଠ ଜ୍ଞାନ । ଅନ୍ଧ ବିଶ୍ୱାସ ଛାଡ଼ି ନିଜ ଭିତରର ଶବ୍ଦ ଶୁଣ । ତୁମର ପ୍ରକୃତ ପଥ ପ୍ରଦର୍ଶକ ତୁମ ଭିତରେ ହିଁ ବିଦ୍ୟମାନ ବୋଲି କହି ମୁନୀ ସମାଜର ବାଣୀ ଶ୍ରବଣ କରାଇଥିଲେ । ଆୟୋଜିତ ସତ୍‌ସଂଘ ସଭାକୁ ପରିଚାଳନା କରିଥିଲେ ଯୋଗୀ ରବିନ୍ଦ୍ର ମୁନୀ । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗୀ ଦଶରଥ ମୁନୀ,ମୁଖ୍ୟ ଅତିଥି ଯୋଗୀ ନବଘନ ମୁନୀ,ସମ୍ମାନୀତ ଅତିଥି ଯୁବ ନେତା ରାଜୀବ ଜେନା,ଯୋଗୀ ମୁରଲି ମୁନୀ,ଶଙ୍କର୍ଷଣ ମୁନୀ ପ୍ରମୁଖ ଯୋଗ,ସ୍ୱାସ୍ଥ୍ୟ ଓ ଆତ୍ମଜ୍ଞାନ ସମ୍ବନ୍ଧରେ ପ୍ରବଚନ ଦେଥିଲେ । ମୁନୀମତୀ ଗୋଦାବରୀ,କୁନ୍ତଳା,ଚିନ୍ତାମଣୀ,ସୁରେନ୍ଦ୍ର ଓ ଗଙ୍ଗାଧର ପ୍ରମୁଖ ମୁନୀ ସଂଗୀତ ଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.