Home ଜିଲ୍ଲା ପରିକ୍ରମା ଆଉ ଏକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଦଶୁଆ

ଆଉ ଏକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଦଶୁଆ

17

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଆଗରପଡା ରାସ୍ତାରେ ଘଟିଥିବା ଦୁର୍ଘଟଣା ପରେ ଆଉ ଏକ ଅଘଟଣରେ ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଥିବାର ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଧକ୍କା ଦେଇଥିବା ଏକ ବାଇକ୍‌କୁ ଘୋଷାରି ଘୋଷାରି ନେବା ପରେ ନିଆଁ ଲାଗିଯିବାରୁ ସଂପୂର୍ଣ୍ଣ ଜଳିଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବରପଦା ଆନନ୍ଦପୁର ରାସ୍ତାରେ ଟ୍ରକ୍‌ଟି ବରପଦା ମେଡିକାଲ ଛକ ନିକଟରେ ଏକ ଦୋକାନ ସହିତ ସ୍ଥାନୀୟ ନଇପାରିଗଡିଆ ଗ୍ରାମର ଦଶୁଆ ପରିଡାଙ୍କୁ ଧକ୍କା ଦେଇଥିଲା । ଦଶୁଆ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଟ୍ରକ୍‌ଟି ସେଠାରେ ଥିବା ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେଇ ଘୋଷାରି ଘୋଷାରି ନେବା ପରେ ଗଣିଜାଙ୍ଗ ଛକ ନିକଟରେ ଅଚାନକ ନିଆଁ ଲାଗିଯିବାରୁ ବାଇକ୍ ସହିତ ଟ୍ରକ୍‌ଟି ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.