Home ଜିଲ୍ଲା ପରିକ୍ରମା ଯାତ୍ରୀବାହୀ ଆଦେଶ ନଥାଇ ବିନା ବାଧାବିଘ୍ନରେ ଆନ୍ତରାଜ୍ୟ ପରିବହନ ସେବା ଯୋଗାଉଛି ଜଗାକାଳିଆ, ସବୁଜାଣି ପ୍ରଶାସନ...

ଯାତ୍ରୀବାହୀ ଆଦେଶ ନଥାଇ ବିନା ବାଧାବିଘ୍ନରେ ଆନ୍ତରାଜ୍ୟ ପରିବହନ ସେବା ଯୋଗାଉଛି ଜଗାକାଳିଆ, ସବୁଜାଣି ପ୍ରଶାସନ ନୀରବଦ୍ରଷ୍ଟା

391

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରିବହନ ଅଧିକାରୀଙ୍କ ଇଙ୍ଗିତରେ ଚାଲିଛି ପରିବହନ,ସରକାରଙ୍କ ଖାତା ଖତିୟାନ ନଥିବା ବେଳେ କେଉଁ ପରିସ୍ଥିତିରେ ଜିଲ୍ଲା ପରିବହନ ଅଧିକାରୀଙ୍କ ଅଫିସ ଆଗ ଦେଇ ଯାତ୍ରୀ ପରିବହନ ସେବା ଚାଲିଛି ତାହା ର ବିଦ୍ଦିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି । ଖବରରୁ ପ୍ରକାଶ ଓଡି୨୨ଏଲ୭୩୮୩ ଜଗାକାଳିଆ ଯାତ୍ରୀ ବାହୀ ବସର କୌଣସି ପରମିଟ ନଥିବା ବେଳେ କେବଳ ଟୁରିଷ୍ଟ ପରମିଟରେ ଏହି ବସଟି ଚାନ୍ଦବାଲିରୁ କୋଲକାତା ଯାତାୟତ କରୁଛି । ଗତକାଲି ଏହି ବସଟି ଚାନ୍ଦବାଲିରୁ ସନ୍ଧ୍ୟା ସମୟରେ ବାହାରିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି କେତେଜଣ ବଛା ସାମ୍ବାଦିକ ଏହି ବସର କଣ୍ଡକ୍ଟରକୁ ଘେରି ଯାଇ ପରମିଟ ଦେଖାଇବାକୁ କହିଥିଲେ ମାତ୍ର ବିଚାରା କଣ୍ଡକ୍ଟର ଜଣକ ହାତଗୋଡ ଧରି ନେହୁରା ହୋଇ ବସ ଛାଡି ପଳାଇଯାଇଥିଲା । ବସର ଡ୍ରାଇଭର ବାଧ୍ୟ ହୋଇ ଚାନ୍ଦବାଲି ଷ୍ଟାଣ୍ଡରୁ ନିଜ ଗାଡିର ସମସ୍ତ ଲାଇଟ ଲିଭାଇ ଦେଇ ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲା ଏବଂ ଭଦ୍ରକରୁ ପୁନଶ୍ଚ ଏହି ବସ କୋଲକାତା ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାତ୍ରା କରିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ କିଛି ମାସ ତଳେ ଏହି ବସଟି କୋଲକାତାରୁ ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ବାଲେଶ୍ୱର ଠାରେ ଏମଭିଆଇ ଏବଂ ବାଲେଶ୍ୱର ପରିବହନ ଅଧିକାରୀ(ଆରଟିଓ) ମିଳିତ ଭାବେ ଏହି ବସ ଉପରେ ଚଢାଉ କରି ଏହି ଗାଡିର କୌଣସି କାଗଜପତ୍ର ଠିକ ନଥିବା ଜାଣିବାକୁ ପାଇବା ସହ ଏହି ବସର ଉପରେ ୧୫ହଜାର ଟଙ୍କା ଫାଇନ କରିବା ସହ ବସକୁ ସିଜ କରି ଖନ୍ତାପଡା ଥାନାରେ ରଖିଥିଲେ । ମାତ୍ର ପୁନଶ୍ଚ କିପରି କୌଣସି ପରମାନେଂଟ କାଗଜପତ୍ର ନଥାଇ ପୁନଶ୍ଚ ଏହି ବସଟି ଆର୍ନ୍ତରାଜ୍ୟ ପରିବହନ ସେବା ଯୋଗାଉଛି ତାହାର ବିଦ୍ଦିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି । ଅନ୍ୟ ପକ୍ଷରେ ଏହି ବସର ମାଲିକ ଜିଲ୍ଲା ପରିବହନ ଅଧିକାରୀଙ୍କୁ ମାସିକିଆ ଚାନ୍ଦା ଦେଇ ବିନା ପରମିଟରେ ଏହି ବସ ଚଳାଉଛନ୍ତି ବୋଲି ଅନ୍ୟ ବସ ମାଲିକ ଅଭିଯୋଗ ଆଣିଛନ୍ତି । କେବଳ ଟୁରିଷ୍ଟ ପରମିଟରେ ଏହି ବସ ଯାତ୍ରା କରୁଥିବା ବେଳେ ସରକାରଙ୍କ ପରିବହନ ଅଧିକାରୀଙ୍କୁ ଚକମା ଦେଖାଇ ନିର୍ଦିଷ୍ଟ ଲୋକଙ୍କ ନାମ ଦର୍ଶାଇ ଯାତ୍ରୀ ପରିବହନ କରୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ଏହି ବିଷୟରେ ଭଦ୍ରକ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ ତଦନ୍ତ କରିବେ ବୋଲି କହିଥିଲେ ମାତ୍ର ମାସିକିଆ ବଟି ନେଉଥିବା ପରିବହନ ଅଧିକାରୀ ପ୍ରକୃତରେ ଏହି ବସଟିକୁ ସିଜ କରିବେ ଅଥବା କେବଳ ସାମ୍ବାଦିକଙ୍କୁ କହି ଭୂଆଁ ବୁଲାଉଛନ୍ତି ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.