Home ଜିଲ୍ଲା ପରିକ୍ରମା ଷ୍ଟ୍ରଙ୍ଗରୁମ ସୁରକ୍ଷା ଓ ଫଳାଫଳ ଚିନ୍ତାରେ ପ୍ରାର୍ଥୀ

ଷ୍ଟ୍ରଙ୍ଗରୁମ ସୁରକ୍ଷା ଓ ଫଳାଫଳ ଚିନ୍ତାରେ ପ୍ରାର୍ଥୀ

77

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଚାୟତ ନିର୍ବାଚନର ଭୋଟ ଗଣତିକୁ ଆଉ ମାତ୍ର ଦିନେ ରହିଲା । ସମ୍ଭାବ୍ୟ ଫଳକୁ ନେଇ ପ୍ରାର୍ଥୀ, ରାଜନେତା, ସମର୍ଥକ ଓ ଜନସାଧାରଣ ଉତ୍କଣ୍ଠିତ । ଷ୍ଟ୍ରଙ୍ଗରୁମର ସୁରକ୍ଷା ନେଇ ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ବିରୋଧି ଦଳମାନେ ନିଜସ୍ୱ ଜଗୁଆଳି ବ୍ୟବସ୍ଥା କରିଛନ୍ତି । ହେଲେ ନିର୍ବାଚନ ଫଳ ସବୁଠୁ ବଡ ଚିନ୍ତା ଭାବେ ଉଭା ହୋଇଛି । ପ୍ରାର୍ଥୀ ଓ ସମର୍ଥକମାନେ ପ୍ରତ୍ୟେକ ଦିନ ନୂତନ ହିସାବ କରି ସମ୍ଭାବ୍ୟ ବିଜୟ ନେଇ ଆକଳନ ଜାରି ରଖିଛନ୍ତି । ପ୍ରତ୍ୟେକ ଗାଁ ମୁଣ୍ଡରେ ଏବେ ସେହି ଗୋଟିଏ ଚର୍ଚ୍ଚା । କିଏ ଜିତିବ? ପ୍ରତିଶ୍ରୁତି ମୁତାବକ ଭୋଟ ମିଳିଥିବା ଅଥବା ମିଳିନଥିବା ସମ୍ଭାବନାକୁ ନେଇ ସର୍ଭେ କରାଯାଉଛି । ତଥାପି ପ୍ରାର୍ଥୀ ଓ ସମର୍ଥକମାନେ ବିଜୟ ନେଇ ନିଶ୍ଚିତ ହୋଇପାରୁ ନଥିବା ଜଣାଯାଇଛି । ଏପରିକି ପ୍ରତିଦ୍ୱନ୍ଦିତାକୁ ଆସୁଥିବା ପ୍ରତ୍ୟେକ ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ବାହୋସ୍ପାଟ ମାରୁଥିବା ବେଳେ ହାତସଫେଇ ଦାଇତ୍ୱ ମୁଣ୍ଡାଇଥିବା ଭୋଟ ଦଲାଲମାନେ ଖର୍ଚ୍ଚ ମୁତାବକ ଭୋଟ ମିଳିଥିବା ନେଇ ଦମ୍ଭୋକ୍ତି ପ୍ରକାଶ କରୁଥିବା ଜଣାଯାଇଛି । ତେବେ ଆଗାମୀ ୨୬ ତାରିକରୁ ଗଣିତ ହେବା ଓ ୨୮ ତାରିଖରେ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏହି ଅନିଶ୍ଚିତତା ଲାଗିରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ବ୍ଲକର ୨୩ ପଞ୍ଚାୟତ ଅନ୍ତର୍ଗତ ୨୬୫ୱାର୍ଡ ମେମ୍ବର ପଦବୀ ପାଇଁପ୍ରତିଦ୍ୱନ୍ଦିତା କରୁଥିବା ୬୬୭ ପ୍ରାର୍ଥୀ, ୭୨ ସରପଞ୍ଚ, ୭୩ ସମିତିସଭ୍ୟ ପ୍ରର୍ଥୀଙ୍କ ସମେତ ୨୨ନଂ ଜିଲ୍ଲା ପରିଷଦ ଜୋନ ପାଇଁ ୬ ପ୍ରାର୍ଥୀ, ୨୩ ନଂ ଜିଲ୍ଲା ପରିଷଦ ଜୋନ ପାଇଁ ୪ ପ୍ରାର୍ଥୀ ଓ ୨୪ ନଂ ଜିଲ୍ଲା ପରିଷଦ ଜୋନ ପାଇଁ ୫ ପ୍ରାର୍ଥୀ ଓ ସମର୍ଥକମାନେ ଫଳାଫଳ ପାଇଁ ଉଦ୍‌ବିଗ୍ନ ହୋଇପଡିଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ବ୍ଲକ ମୋଟ ୩୧୬ ୱାର୍ଡ ମଧ୍ୟରୁ ୪୧ଟି ୱାର୍ଡ ସଦସ୍ୟମାନେ ବିନାପ୍ରତିଦ୍ୱନ୍ଦିିତାରେ ନିର୍ବାଚିତ ହୋଇଥିବା ବେଳେ ୧୦ଟି ୱାର୍ଡ ସଦସ୍ୟ ପଦବୀ ପାଇଁ ସଂରକ୍ଷଣ ଜନିତ ସମସ୍ୟା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.