Home ଜିଲ୍ଲା ପରିକ୍ରମା ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟକ୍ଷମ ହୋଇଛି ସମନ୍ୱିତ ଭୈାତିକ ଚିକିତ୍ସା

ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟକ୍ଷମ ହୋଇଛି ସମନ୍ୱିତ ଭୈାତିକ ଚିକିତ୍ସା

39

ଯାଜପୁର ୯ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟକ୍ଷମ ହୋଇଛିସମନ୍ୱିତ ଭୈାତିକ ଚିକିତ୍ସା ବିଭାଗ ବା ଇଣ୍ଟିଗ୍ରେଟେଡ ପିଂଜିଓଥେରାପି ୟୁନିଟ (ଆଇପିୟୁ)। ସମଗ୍ର ଭାରତ ବର୍ଷରେ କେବଳ ଓଡିଶାର ସମସ୍ତ ମୁଖ୍ୟ ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପିଂଜିଓଥେରାପି ବିଭାଗ କାର‌୍ୟ୍ୟକାରୀ ହୋଇଛି। ବର୍ତ୍ତମାନର ସାମାଜିକ ପରିସ୍ଥିତିରେ ବହୁ ମାତ୍ରାରେ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସ୍ନାୟୁ ରୋଗ, ପକ୍ଷାଘାତ, ମେରୁଦଣ୍ଡରେ ସମସ୍ୟ ତଥା ପିଠି, କାନ୍ଧ, ଅଣ୍ଟା, ଆଣ୍ଠୁ ଆଦିରେ ଯନ୍ତ୍ରଣାର ଶିକାର ହେଊଛନ୍ତି। ପୂର୍ବରୁ ଏ ସବୁ ରୋଗର ନିଦାନ ନିମନ୍ତେ ଔଷଧ ସେବନକୁ ନିୟମିତ କରାଯାଊଥିଲା। ପଂଳରେ ଔଷଧ ସେବନ ଜନିତ ପାର୍ଶ୍ୱ ପ୍ରତିକ୍ରିୟା ରୋଗୀଙ୍କ ପାଖରେ ସୃଷ୍ଟ ହେଊଥିଲା। କିନ୍ତୁ ଏବେ ଅଳ୍ପ ଓ୍ୟୌଷଧ ଔଷଧ ସେବନ ଭିତରେ ପିଂଜିଓଥେରାପି ଚିକିତ୍ସା ଦୀର୍ଘ ବର୍ଷ ତଳୁ ସ୍ନାୟୁ ରୋଗରେ ଆକ୍ରାନ୍ତ ରୋଗୀ ମାନଙ୍କ ନିମନ୍ତେ ସଞ୍ଜିବନୀ ପାଲଟିଛିବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ଏହି ବିଭାଗ କାର‌୍ୟ୍ୟକାରୀ ହେବାପରେ ରୋଗୀ ସଂଖ୍ୟା ବହୁତ ମାତ୍ରାରେ ବଢିଛି। ଦୈନିକ ୫୦ ରୁ ଊର୍ଦ୍ଧ୍ୱ ରୋଗୀ ଏଠାରେ ଚିକିତ୍ସା ପାଉଛନ୍ତି। ପିଂଜିଓଥେରାପି ଚିକିତ୍ସା ଘରୋଇ କ୍ଷେତ୍ରରେ ବ୍ୟୟ ବହୁଳ ହୋଇଥିବାରୁ ଏହି ବିଭାଗ ରୋଗୀଙ୍କ ପାଇଁ ବରଦାନ ସାଜିଛିବୋଲି କହିଛନ୍ତି ପିଂଜିଓଥେରାପିଷ୍ଟ ଦେବୀ ପ୍ରସାଦ ସାମଲ। ରୋଗୀ ଚିକିତ୍ସା ନିମନ୍ତେ ସ୍ୱତଃପ୍ରବୃତ୍ତ ଭାବେ ଟିକଟ କରି ସାକ୍ଷାତ କରିପାରିବେ। ଏହା ସହିତ ଚିକିତ୍ସାଳୟରେ ବିଭିନ୍ନ ବିଭାଗର ରୋଗୀ ମାନଙ୍କୁ ଆବଶ୍ୟକ ସ୍ଥଳେ ଏହି ସେବା ପ୍ରଦାନ କରାଯାଉଛି। ବିଭିନ୍ନ ବ୍ଳକରେ କୁଷ୍ଠ ରୋଗୀ ଚିହ୍ନଟ ପ୍ରକ୍ରିୟା ତଥା ସ୍ୱଭାବିକ ଦୁର୍ବଳତା ଜନିତ ସମସ୍ୟାର ପିଂଜିଓଥେରାପି ଚିକିତ୍ସାର ବ୍ୟବସ୍ଥା ରହିଛି। ଏହି ବିଭାଗରେ ଟ୍ରାକ୍‌ସନ୍‌, ସଟ୍‌ୱେଭ, ଡାୟାର୍ଥମିକ, ପାରାପିଂନ୍ ୱାକ୍ସ ବାଥ, ଥେରାପୁଟିକ ଅଲଟ୍ରାସାଉଣ୍ଡ ଆଦି ଯନ୍ତ୍ରାଂଶ ଉପଲବ୍ଧ ରହିଛି। ନିକଟ ଅତୀତରେ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଏହି ବିଭାଗର ଉନ୍ନତି ନିମନ୍ତେ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ଜିଲ୍ଳା ଖଣିଜ ପାଣ୍ଠିରୁ ପ୍ରଦାନ କରିଛନ୍ତି। ଯାହାକି ରାଜ୍ୟରେ ବର୍ତ୍ତମାନ ପାଇଁ ପ୍ରଥମେ ଏହି ବିଭାଗରେ ଟ୍ରାମ୍ପୋଲିନ୍‌, ଲେଜରଥେରାପି, ଟିଲିଟ୍‌ବେଡ, ଇନ୍‌ପ୍ରାଂରେଡ ଏହିପରି ଅତ୍ୟାଧୁନିକ ବହୁ ଯନ୍ତ୍ରାଂଶ ଉପଲବ୍ଧ ଅଛି। ଆଗାମୀ ସମୟରେ ସମସ୍ତଙ୍କ ସହଯୋଗରେ ପିଂଜିଓଥେରାପି ବିଭାଗ ରୋଗୀ ସେବାରେ ଅଧିକ ଉପାଦେୟ ସାବ୍ୟସ୍ତ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.