Home କେନ୍ଦୁଝର ଏସିବି ଫାଉଣ୍ଡେସନ ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ

ଏସିବି ଫାଉଣ୍ଡେସନ ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ

29

ହାଟଡ଼ିହି, ୧୦ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହାଟଡିହି ବ୍ଲକ କାହାଳିଆଗଡିଆ ସ୍ଥିତ ଏସିବି ଫାଉଣ୍ଡେସନ ପକ୍ଷରୁ ୨୦୧୮ ମସିହାରୁ ଚାଲି ଆସିଥିବା ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଢ଼ିଆରିପଲ୍ଲୀ, ରଟିଣା, ଧନୁର୍ଜୟପୁର, କେ ବାଲିପାଳ, ବାଙ୍ଗୋର, ଆଦି ଗ୍ରାମ ପଞ୍ଚାୟତ ଅଧିନରେଥିବା ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ହାଇସ୍କୁଲ ଗୁଡିକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରୁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଗୁରୁଦିବସରେ ଏହି ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଏହା ଭିନ୍ନ ଭିନ୍ନ ଦିନରେ କରାଯାଇଛି । ଚଳିତବର୍ଷ ଏହାକୁ ପରିବର୍ଦ୍ଧିତ କରାଯାଇ ସୋସୋ ଏବଂ ହଦଗଡ ପଞ୍ଚାୟତରେ ଥିବା ସ୍କୁଲ ଗୁଡିକୁ ସାମିଲ କରାଯାଇ ନବମ ଓ ଦଶମ ଶ୍ରେଣୀର ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଗୁରୁଭକ୍ତି, ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଆଧାରରେ ଅଗ୍ରଣୀ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଏହି ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର, ପ୍ରସଂଶାପତ୍ର, ମାସ୍କ, ସାବୁନ ଆଦି ପ୍ରଦାନ କରାଯାିଥିଲା । ଏଥିରେ କଲେଜର ଅଧ୍ୟକ୍ଷ ଅଜୟ କୁମାର ନାୟକ ଅତିଥିଭାବେ ଯୋଗଦେଇ ଭକ୍ତି, ଶୃଙ୍ଖଳା, ଆଦି ନୈତିକ ଗୁଣାବଳୀକୁ ଉନ୍ନତକରି ଗୁରୁଶିଷ୍ୟ ସମ୍ପର୍କର ପବିତ୍ରତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଫାଉଣ୍ଡେସନର କର୍ମକର୍ତ୍ତା ସୁରେନ୍ଦ୍ର ବେହେରା, ବିଚିତ୍ର ଦାସ, କେଶବ ଚନ୍ଦ୍ର ବେହେରା, ସୌଭାଗ୍ୟ ସାହୁ, ମାନସ ସାହୁ, ସୁବାସ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.