Home ଜିଲ୍ଲା ପରିକ୍ରମା ଯନ୍ତ୍ରଚାଳିତ ଡଙ୍ଗା ରୁ ଖସି ମତ୍ସ୍ୟଜିବୀ ର ମୃତ୍ୟୁ , ଦୁଇ ଦିନ ପରେ ସମୁଦ୍ର...

ଯନ୍ତ୍ରଚାଳିତ ଡଙ୍ଗା ରୁ ଖସି ମତ୍ସ୍ୟଜିବୀ ର ମୃତ୍ୟୁ , ଦୁଇ ଦିନ ପରେ ସମୁଦ୍ର ପାଣିରୁ ଶବ ମତ୍ସଜୀବୀଙ୍କ ‌ଦ୍ୱାରା ଉ‌ଦ୍ଧାର   ।

84

ବାହାନଗା,୨୪ା୨(ଭାରତୀ ଦାସ/ ଓଡ଼ିଆପୁଅ )ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁର ପଞ୍ଚାୟତର ମାଝୀସାହି ର ଜଣେ ମତ୍ସ୍ୟଜିବୀ ଯନ୍ତ୍ରଚାଳିତ ଡଙ୍ଗା ରୁ ସମୁଦ୍ର ପାଣି ଭିତରକୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି । ଦୁଇଦିନ ପରେ ସମୁଦ୍ର ପାଣିରୁ ମୃତ ମତ୍ସ୍ୟଜିବୀ ର ଶବ ଉର୍ଦ୍ଧାର କରାଯାଇଛି । ଉର୍ଦ୍ଧାର ମୃତ୍ୟୁ ଦେହ କୁ ଗ୍ରାମବାସୀ ମାନେ କୂଳକୁ ଆଣି ସୋର ଥାନାକୁ ନେଇଛନ୍ତି । ସେଠାରେ ପୋଲିସ୍ ଶବ ଜବଦ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି । ଖରାସାହାପୁର ମାଝୀ ସାହି ର କାଶୀନାଥ ମାଝୀ ଙ୍କ ପୁଅ ରଙ୍ଗଲାଲ ମାଝୀ(୪୦) ସୋମବାର ରାତି ୪ ଟାରେ ସମୁଦ୍ରକୁ ମାଛ ଧରିବା ପାଇଁ ଘରୁ ବାହାରିଯାଇ ଥିଲେ । ସେ ଅରୁଣ ମାଝୀ ଙ୍କ ଯନ୍ତ୍ର ଚାଳିତ ଡଙ୍ଗା ଲକ୍ଷ୍ମୀ ପ୍ରିୟା -୧ ରେ ସମୁଦ୍ରକୁ ମାଛ ଧରିବାପାଇଁ ସୋମବାର ଦିନ ଅନ୍ୟ ସାଥିମାନଙ୍କ ସହିତ ଯାଇ ଥିଲେ ।କୂଳ ଠାରୁ ୧୨ କିଲୋମିଟର ଯିବାପରେ ସମୁଦ୍ର ମଝୀରେ ବାର ହଜାରୀ ସ୍ଥାନରେ ଡଙ୍ଗା କଡରେ ବସି ମାଛ ଧରିବା ପାଇଁ ଜାଲ ବିଛାଉଥିବା ବେଳେ ସେ ଡଙ୍ଗାରୁ ଲୁଣି ପାଣି କୁ ଖସିପଡିଥିଲେ । ସଂଙ୍ଗେ ସଂଙ୍ଗେ ଅନ୍ୟ ସାଥିମାନେ ପାଣିରେ ଜାଲ ପକାଇ ଖୋଜାଖୋଜି କରିଥିଲେ ମଧ୍ୟ ରଙ୍ଗଲାଲ୍ ର କୌଣସି ପର୍ତ୍ତା ପାଇନଥିଲେ । ମଙ୍ଗଳବାର ରାତି ୧୦ ଟାରେ ଘର ଲୋକମାନେ ଖବର ପାଇଥିଲେ ସମୁଦ୍ର ପାଣି କୁ ପୁଅ ଖସିପଡିଛି । ତାର କୌଣସି ପତ୍ତା ମିଳୁନାହିଁ ।ତେବେ ବୁଧବାର ଦିନ ଅପରାହ୍ନ ରେ ଅନ୍ୟ ମତ୍ସଜିବୀ ମାନେ ମାଛ ଧରିବା ପାଇଁ ଜାଲ ବିଛାଉ ଥିବା ବେଳେ ରଙ୍ଗଲାଲ୍ ର ଶବ ଭାସି ଜାଲରେ ଲାଗିବାରୁ ସେମାନେ ପାଣିରୁ ମୃତ ଦେହ କୁ ଠାବ କରିବା ସହିତ ମୃତ ରଙ୍ଗଲାଲ୍ ର ପରିବାର କୁ ଖବର ଦେଇ ଥିଲେ । ପରେ ମା ବାସୁଳୀ ଯନ୍ତ୍ର ଚାଳିତ ଡଙ୍ଗା ଦ୍ୱାରା ସମୁଦ୍ର ମଧ୍ୟକୁ ଯାଇ ପାଣିରୁ ମୃତ ରଙ୍ଗଲାଲ ର ଶବ ଉର୍ଦ୍ଧାର କରି କୂଳକୁ ଆଣିଥିଲେ । କୂଳରେ ମୃତ ଦେହ ପହଞ୍ଚିବା ପରେ ତାକୁ ଦେଖିବା ପାଇଁ ଉପରଆଡିଆ ଜେଟି ସ୍ଥିତ ସମୁଦ୍ର କୂଳରେ ଥିବା ପ୍ରତିରକ୍ଷା ବିଭାଗର ଟାୱାର ନିକଟରେ ହଜାର ହଜାର ଲୋକ ରୁଣ୍ଡ ହୋଇ ଥିଲେ ।ସମୁଦ୍ର କୂଳ ଟାୱାର ନିକରେ ଏକ ପ୍ରକାର ଶୋକାକୂଳ ପରିସ୍ଥିତି ଦେଖାଦେଇ ଥିଲା ।ସମୁଦ୍ର ପାଣିରେ ଜଣେ ମତ୍ସଜିବୀ ର ମୃତ୍ୟୁ ହୋଇ ଥିଲେ ମଧ୍ୟ ସେଠାକୁ ସାମୁଦ୍ରିକ ମତ୍ସ ବିଭାଗର କୌଣସି ଅଧିକାରୀ କିମ୍ବା ମେରାଇନ୍ ପୋଲିସ୍ ର ଦେଖା ନଦେବା ସାଧାରଣରେ ଅସନ୍ତୁଷ ଦେଖାଦେଇଛି । ସାମୁଦ୍ରକ ବିଭାଗବା ରାଜ୍ୟ ସରାକର ଙ୍କ ପକ୍ଷରୁ ମୃତ ମତ୍ସଜିବୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.